Mon. Mar 9th, 2026

ଆରେ କଲୋନିରୁ ଆଉ ଗଛ ନ କାଟିବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

154 Views

ନୂଆଦିଲ୍ଲୀ: ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମୁମ୍ବାଇର ଆରେ କଲୋନିରୁ ଆଉ ଗଛ ନ କାଟିବାକୁ ମହାରାଷ୍ଟ୍ର ସରକାରଙ୍କୁ ସୋମବାର ଦିନ ନିର୍ଦେଶ ଦେଇଛନ୍ତି ସୁପ୍ରିମ୍‌ କୋର୍ଟ। ଅକ୍ଟୋବର ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍‌ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ମୁମ୍ବାଇ ମେଟ୍ରୋ ନିମନ୍ତେ କାର୍‌ ସେଡ୍‌ ନିର୍ମାଣ କରିବାକୁ ସେଠାରେ ଗଛ କଟା ହେଉଥିବା କଥାକୁ ଚାଲେଞ୍ଜ୍‌ କରି ଦାଏର ହୋଇଥିବା ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଲେ ଯେ ଏବେ କିଛି କଟାକଟି କରନ୍ତୁ ନାହିଁ। ଗିରଫ ହୋଇଥିବା ପ୍ରତିବାଦକାରୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି।

ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମ୍‌ କୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ ଯେ ସେ ଅଞ୍ଚଳଟି ବଣ ନା ଇକୋ-ସେନ୍‌ସିଟିଭ୍‌ ଜୋନ୍‌। ଆପଣ କହିଛନ୍ତି ସରକାର ନୋଟିସ୍‌ ଦେଇ ଇକୋ-ସେନ୍‌ସିଟିଭ୍‌ ଜୋନ୍‌ ଷ୍ଟାଟସ୍‌ ପ୍ରତ୍ୟାହାର କରି ନେଇଛନ୍ତି। ସେ ନୋଟିସ୍‌ କାହିଁ? ସୁପ୍ରିମ୍‌ କୋର୍ଟ କହିଲେ କି, ସେ ଅଞ୍ଚଳଟି ଇକୋ-ସେନ୍‌ସିଟିଭ୍‌ ଜୋନ୍‌ କି, ନୁହେଁ ତାହା ପରୀକ୍ଷା କରି ଦେଖାଯିବ।

ଗଛକଟା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ମହାରାଷ୍ଟ୍ର ସରକାରଙ୍କୁ କହିବା ସହ ଆରେ ଅଞ୍ଚଳରେ ସରକାର ରୋପଣ କରିଥିବା ଚାରାଗୁଡ଼ିକର ଅବସ୍ଥା ସଂକ୍ରାନ୍ତରେ ରିପୋର୍ଟ ଫାଇଲ୍‌ କରିବାକୁ ନିର୍ଦେଶ ଦେଇଛନ୍ତି।

By amfnews

Related Post