Fri. Mar 6th, 2026

ଆରମ୍ଭ ହୋଇଗଲା ଈଶା ଅମ୍ବାନୀଙ୍କ ଗ୍ରାଣ୍ଡ୍‌ ବିବାହର କାଉଣ୍ଟ୍‌ଡାଉନ୍‌, କନ୍ୟା ପରି ସଜିଲା ଅମ୍ବାନୀଙ୍କ ୨୭ ମହଲାର ବିଲ୍ଡିଂ

434 Views

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ବ୍ୟବସାୟୀ ଆନନ୍ଦ ପିରାମଲଙ୍କୁ ଗୁରୁବାର ବିବାହ କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇ ସାରିଛି। ଈଶାଙ୍କ ପ୍ରି-େଓ୍ଵଡିଂ ଉତ୍ସବକୁ ମୁକେଶ ଉଦୟପୁରଠାରେ ବଡ଼ ଧୂମ୍‌ଧାମ୍‌ରେ ଆୟୋଜନ କରିଛନ୍ତି। ପ୍ରି-େଓ୍ଵଡିଂ ଉତ୍ସବରେ ଅନେକ ବଲିଉଡ୍‌ ଷ୍ଟାର୍‌ ଉପସ୍ଥିତ ହୋଇଥିଲେ। ତେବେ ଈଶାଙ୍କ ଗ୍ରାଣ୍ଡ୍‌ ଓଏଡିଂର କାଉଣ୍ଟ୍‌ଡାଉନ୍‌ ଏବେ ଆରମ୍ଭ ହୋଇ ଗଲାଣି।

ଈଶାଙ୍କ ବିବାହ ପାଇଁ ମୁକେଶଙ୍କ ୨୭ ମହଲାର ବିଲ୍ଡିଂ ନବ ବିବାହିତ କନ୍ୟା ପରି ସଜ୍ଜିତ ହୋଇଛି। ଆଲୋକରେ ସଜ୍ଜିତ ଅମ୍ବାନୀଙ୍କ ବିଲ୍ଡିଂ ବ୍ୟତୀତ ବିଲ୍ଡିଂ ପାଖରେ ଥିବା ଗଛ ଓ ରାସ୍ତାକୁ ବି ଆଲୋକରେ ସଜ୍ଜିତ କରାଯାଇଛି। ଅମ୍ବାନୀଙ୍କ ଘରର ବେଲ୍‌ଗୁଡ଼ିକ ହଳଦିଆ ଓ ନାଲି ଗେଣ୍ଡୁ ଫୁଲରେ ସଜା ଯାଇଛି।

ଅମ୍ବାନୀଙ୍କ ବାସଭବନର ପ୍ରବେଶ ଦ୍ୱାରରେ କୃତ୍ରିମ ଗୋଲାପୀ କାନ୍ଥ ଓ ନାଲି ଫୁଲରେ ସଜା ଯାଇଛି। ବାସଭବନ ଭିତରେ ବିଭିନ୍ନ ରଂଗରେ ଆଲୋକ ସଜା ଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଗ୍ରାଣ୍ଡ୍‌ େଓ୍ଵଡିଂକୁ ୬୦୦ ଅତିଥି ନିମନ୍ତ୍ରିତ ହୋଇଛନ୍ତି। ଅତିଥିମାନେ ପ୍ରାୟତଃ ଅମ୍ବାନୀ ଓ ପିରାମଲ ପରିବାର ବୋଲି ଜାଣିବାକୁ ମିଳିଛି। ଏହି ଉତ୍ସବରେ ଶହ ଶହ ପୁଲିସ୍‌ କର୍ମୀ ସୁରକ୍ଷା ପାଇଁ ନିୟୋଜିତ୍‌ ହୋଇଛନ୍ତି।

By amfnews

Related Post