Thu. Dec 26th, 2024

ଆରମ୍ଭ ହେଲା ନୂଆ କ୍ୟାଲେଣ୍ଡର୍‌, ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

By amfnews Jan 1, 2019 #Featured
298 Views

ଭୁବନେଶ୍ୱର, ଜାନୁଆରୀ ୧ : ଆଜି ବର୍ଷର ପ୍ରଥମ ସକାଳରେ ପାଦ ଦେଇଛି ୨୦୧୯ । ନୂଆ ଆଶା ନୂଆ ସମୃଦ୍ଧି କାମନା କରିବା ପାଇଁ ପ୍ରଥମ ଦିନଟକୁ ଆରମ୍ଭ କରିବାକୁ ଶ୍ରଦ୍ଧାଳୁମାନେ ବିଭିନ୍ନ ମନ୍ଦିର, ମଠ ଓ ମସଜିଦ ତଥା ଚର୍ଚ୍ଚରେ ଭିଡ ଜମାଇଛନ୍ତି । ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ପୁରୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ ପାଇଁ ପୁରୀ ରାସ୍ତାରେ ହଜାର ହଜାର ଗାଡିର ଲମ୍ବାଧାଡି ଦେଖିବାକୁ ମିଳିଛି । ଆଜି ରାତି ୧୨ ୫୦ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି , ୧.୩୫ରେ ମଙ୍ଗଳ ଆଳତୀ , ୩ ଟାରେ ଅବକାଶ ଓ ୫.୫୫ରେ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି ।

President of India

@rashtrapatibhvn

Wishing all of you a very happy new year. May 2019 bring joy, peace and
prosperity to our families, to our country, and to our beautiful
planet

886 people are talking about this

Narendra Modi

@narendramodi

Wishing everyone a joyous 2019!

May everyone be happy and healthy. I pray that all your wishes are fulfilled in 2019.

12K people are talking about this

Embedded video

Naveen Patnaik

@Naveen_Odisha

ନୂତନ ବର୍ଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଏବର୍ଷ ରାଜ୍ୟବାସୀଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।

336 people are talking about this

ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ପାଇଁ ନୂତର ବର୍ଷ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀ ଓ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୨୦୧୯ର ଶୁଭେଚ୍ଛା ଜଣାଇବା ସହ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

Dharmendra Pradhan

@dpradhanbjp

ଇଂରାଜୀ ନବ ବର୍ଷ ୨୦୧୯ର ହାର୍ଦ୍ଦିକ ଶୁଭକାମନା ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଯାଉ, ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।

72 people are talking about this

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ନବୀନ ନିବାସକୁ ସମସ୍ତ  ଶୁଭେଚ୍ଛୁଙ୍କୁ ଯିବାକୁ ବାରଣ କରାଯାଇଛି । ଗତକାଲି ସକାଳେ ମୁଖ୍ୟମନ୍ତ୍ରୀ ବ୍ୟାୟାମ କରୁଥିବା  ସମୟରେ ଆଣ୍ଠୁରେ ସାମାନ୍ୟ କଷ୍ଟ ଅନୁଭବ ହେବା କାରଣରୁ ତାଙ୍କୁ ଡାକ୍ତରମାନେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

By amfnews

Related Post