Tue. Nov 26th, 2024

ଆରଟିପିସିଆର ଟେଷ୍ଟ ରିପୋର୍ଟ ନଥିବାରୁ ୧୫୦ ପ୍ରବାସୀଙ୍କୁ ଭୁବନେଶ୍ୱର ଆସିବାକୁ ମିଳିଲାନି ଅନୁମତି

By amfnews Apr 27, 2021 #Featured
159 Views

ଓଡ଼ିଶା, ଏପ୍ରିଲ 27 : ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ସଙ୍ଗୀନ ହେବାରେ ଲାଗିଛି । ଆଜି ବି ୬ ହଜାର ପାର ନୂଆ ସଂକ୍ରମିତଙ୍କ ସଂଖ୍ୟା । କ୍ରମାଗତ ଭାବରେ ୬ ଦିନ ରାଜ୍ୟରେ ୬ ହଜାର ଉପରେ ଦୈନିକ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ତେବେ ଆଜି ପୁରା ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ କରାଯାଇଛି ।

ଏମାନଙ୍କ ମଧ୍ୟରୁ ୩୫୨୨ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୫୧ ଲୋକାଲ କେସ୍ ରହିଛି । ତେବେ ଏହାରି ଭିତରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ଉପରେ ସରକାର ନଜର ରଖିଛନ୍ତି । ଯାହାଫଳରେ ବିଭିନ୍ନ ରେଲୱେ ଷ୍ଟେସନ୍ ,ବସଷ୍ଟାଣ୍ଡ,ବଜାର ଆଦି ସ୍ଥାନରେ କଡ଼ାକଡ଼ି ଭାବେ ଚେକିଂ କରାଯାଉଛି ।

ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କର ଆରଟିପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ ଥିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ଯାହା ଏବେ ଜରୁରୀକାଳୀନ କାମରେ ଏୟାର-ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିବାକୁ ସୁରଟ ବିମାନବନ୍ଦର ଆସିଥିବା ୧୫୦ ଓଡିଆଙ୍କୁ ହଇରାଣରେ ପକାଇଛି ।

ତାଙ୍କ ନିକଟରେ ଏହି ରିପୋର୍ଟ ନଥିବାରୁ ସେମାନଙ୍କର ଗମନାଗମନ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି ।  ଆସିଥିବା ୧୫୦ ଙ୍କ ମଧ୍ୟରୁ ମାତ୍ର ୧୦ଜଣଙ୍କ ପାଖରେ ଏହି ରିପୋର୍ଟ ଥିଲା ଯାହାଫଳରେ ସେମାନଙ୍କୁ ଆସିବାକୁ ଅନୁମତି ଦିଆଯାଇଛି । ତେବେ ଏହାରି ଭିତରେ ବାତିଲ ହୋଇଥିବା ଲୋକଙ୍କୁ ଆରଟି-ପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ ଆଣି ଆସନ୍ତା ୫ ତାରିଖରେ ସେମାନଙ୍କୁ ଭୁବନେଶ୍ୱର ଯିବାକୁ କୁହାଯାଇଛି । 

By amfnews

Related Post