Wed. Nov 6th, 2024

ଆରଟିଓରେ ଆଉ ଲାଗିବନି ଗହଳି,ଏଣିକି ଲାଗୁ ହେବ ଟୋକନ୍ ବ୍ୟବସ୍ଥା

By amfnews Feb 2, 2021 #Featured
133 Views

ଭୁବନେଶ୍ୱର, ଫେବୃଆରୀ ୦୨ : କରୋନା କାଳରେ ବନ୍ଦ ଥିବା ଟ୍ରାଫିକ୍ କଟକଣା ପୁଣିଥରେ ଆରମ୍ଭ ହୋଇଯାଇଥିବା ବେଳେ ଏବେ ଏହି ନିୟମ ରେ ନୂଆ ନୂଆ କଟକଣାମାନ ଲାଗୁ କରାଯାଇଛି । ଯାହାଫଳରେ ଲୋକମାନେ ନିଜର ଲଣ୍ଣିଂ ଲାଇନ୍ସେସ ସହ ଡ଼୍ରାଇଭିଂ ଲାଇସେଂସ୍ କରିବା ପାଇଁ ଆରଟିଓ ଅଫିସ୍ ରେ ଲାଇନ୍ ଲଗାଇ ଭିଡ଼ ଜମାଉଛନ୍ତି ।

ତେବେ ଲୋକମାନଙ୍କ ର ଏହି ଅସୁବିଧା କୁ ଦୂର କରିବା ପାଇଁ ଖୁବଶୀଘ୍ର ଟୋକନ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏନେଇ ରାଜ୍ୟ ପରିବହନ ବିଭାଗ ଓ ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ମଧ୍ୟରେ ୨କୋଟି ୧୮ ଲକ୍ଷ ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡି କାଗଜପତ୍ର ପାଇଁ ଅନଲାଇରେ ସ୍ଲଟ ବୁକିଂ କରିପାରିବେ କିମ୍ବା ସିଧାସଳଖ ଆରଟିଓ ଅଫିସ ଆସି ଟୋକନ୍ ବୁକିଂ କରିପାରିବେ ।

ସେଠାରେ ଲାଗିଥିବା ଡିସପ୍ଲେ ବୋର୍ଡରେ ଟୋକନ୍ ନମ୍ବର ଘୋଷଣା ହେବ । ଜଣେ ବ୍ୟକ୍ତିଙ୍କ କ୍ରମିକ ନମ୍ବର କେତେବେଳେ ଆସିବ ତାହା ଜଣାପଡ଼ିବ । ଯାହାଫଳରେ ଲୋକମାନଙ୍କୁ ଆଉ ଲାଇନ୍ ରେ ଛିଡ଼ା ହୋଇ ହଇରାଣ ହେବା କୁ ପଡ଼ିବ ନାହିଁ ତେଣୁ ସେମାନେ ହଲ୍‌ରେ ଅପେକ୍ଷା କରିବାକୁ ପଡ଼ିବ । 

ପ୍ରଥମ ପର୍ଯ୍ୟୟରେ ରାଜ୍ୟର ୮ଟି ଆରଟିଓ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ପୁରୀ, ଭୁବନେଶ୍ୱର-୧ ଓ ଭୁବନେଶ୍ୱର-୨ରେ ଟୋକନ୍ ବ୍ୟବସ୍ଥା କାର‌୍ୟ୍ୟକାରୀ ହେବ । 

By amfnews

Related Post