Wed. Dec 25th, 2024

ଆରଜେଡି ନେତା ଲାଲୁ ଯାଦବଙ୍କ ଜାମିନ ଆବେଦନ ନେଇ ଶୁଣାଣି ଆଜି

By amfnews Aug 28, 2020 #Featured
120 Views

ରାଂଚୀ, ଅଗଷ୍ଟ ୨୮ : ଝାଡ଼ଖଣ୍ଡ ହାଇକୋର୍ଟ ଆଜି ଚାଇଁବସା କୋଷାଗାର ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ । ଜଷ୍ଟିସ ଉପରେଶ ସିଂହଙ୍କ ଅଦାଲତ ଏହି ମାମଲାର ଶୁଣାଣି କରିବେ । ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ରାବସ୍ଥା ବିଗିଡ଼ି ଥିବାରୁ ଜାମିନ ଆବେଦନର କାରଣ କୁହାଯାଉଛି । ଭିଡିଓ ବାର୍ତ୍ତା ଜରିଆରେ ଏହି ଶୁଣାଣି ହେବ ।

ଜାମିନ ଆବେଦନରେ କୁହାଯାଇଛ ଯେ, ଲାଲୁ ଯାଦବ ଅଧ କାରାଦଣ୍ଡ ପୂରା କରିଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ନାହି । ସେ ଏଚଟିଏନ, ମଧୁମେହ, ହୃଦରୋଗ, କିଡନି ରୋଗ, ଫ୍ୟାଟ ଲିଭର, ହଇପର ୟୁରୋସିସ, କିଡନି ଷ୍ଟୋନ, ଫ୍ୟାଟି ହେପାଟାଇଟିସ, ପ୍ରୋଷ୍ଟେଟ ଆଦି ରୋଗରେ ପୀଡ଼ିତ ଅଛନ୍ତି ।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ଯାଦବଙ୍କ ଜାମିନ ଆବେଦନ ବହୁ ଗୁରୁତ୍ୱପୂର୍ଣ୍ଣ । ବିଗତ ଦିନରେ ଲାଲୁ ପ୍ରସାଦ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ଲାଗି ଆବେଦନ କରିଥିଲେ । ଏହା ପୂର୍ବରୁ ତାଙ୍କୁ ଗୋଖାଦ୍ୟ ଦୁର୍ନୀତିର ୩ ମାମଲାରେ ଜାମିନ ମିଳିଥିଲା । ଲାଲୁଙ୍କୁ ରାଂଚୀ ରିମ୍ସରେ ଚିକିତ୍ସା କରାଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାଙ୍କୁ ଡାଇରେକ୍ଟରଙ୍କ ବଂଗଳାରେ ରଖାଯାଇଛି ।

ଲାଲୁ ଯାଦବଙ୍କ ଓକିଲଙ୍କ କହିବା ଅନୁସାରେ, ଲାଲୁ ଯାଦବ ଅଧ ସମୟ ଜେଲ ପୂରା କରିଛନ୍ତି । ଏହି ଆଧାରରେ ଜାମିନ ଆବେଦନ କରାଯାଇଛି । ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ୩ଟି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ଯାଦବ ୨୦୧୭ ଡିସେମ୍ବର ୨୩ରୁ ଜେଲରେ ଅଛନ୍ତି । ତାଙ୍କୁ ୨୦୧୮ ମେ’ ମାସରେ ଅନ୍ତରୀଣ ଜମାନତ ମିଳିଥିଲା । ଏହାକୁ ଝାଡ଼ଖଣ୍ଡ ହାଇକୋର୍ଟ ବାତିଲ କରିଦେଇଥିଲେ ।

By amfnews

Related Post