Wed. Dec 25th, 2024

ଆରଏସ୍ପିର ରୋଲିଂ ମିଲ୍ ପମ୍ପ ହାଉସ୍ରେ ରିସାଇକ୍ଲିଂ ବ୍ୟବସ୍ଥା ଉଦ୍ଘାଟିତ

rklsanchar@gmail.com' By J.N. Pradhan Jul 3, 2018 #Featured
179 Views

ରାଉରକେଲା, ୩/୭: ଆରଏସପି ଜଳ ପ୍ରବନ୍ଧନ ବିଭାଗର ରୋଲିଂ ମିଲ୍ ପମ୍ପ ହାଉସ୍ରେ ଫିଲ୍ଟର ବେକ ୱାସ ୱାଟର ରିସାଇକ୍ଲିଂ ବ୍ୟବସ୍ଥାକୁ କାର୍ଯ୍ୟ ବିଭାଗର ଇଡି ଶୁଭେନ୍ଦ୍ର ଦାସ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବହୁ ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ଓ ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ । ହଟ୍ ଷ୍ଟ୍ରିପ୍ ମିଲ୍ ଓ କୋଲ୍ଡ ରୋଲିଂ ମିଲ୍କୁ ସର୍ଭିସ ୱାଟର ଯୋଗାଇ ଦେଉଥିବା ରୋଲିଂ ମିଲ୍ ପମ୍ପ ହାଉସ୍ରେ ଜଳ ବିଶୋଧନ ନିମନ୍ତେ ପାଞ୍ଚଟି ଗ୍ରାଭିଟି ସାଣ୍ଡ ଫିଲ୍ଟର ରହିଛି । ଉକ୍ତ ସାଣ୍ଡ ଫିଲ୍ଟରଗୁଡ଼ିକର ବେକୱାସ ସମୟରେ ଅଏଲ ଓ ଗ୍ରୀସ ମିଶ୍ରିତ ଜଳ ସୃଷ୍ଟି ହୋଇଥାଏ ।

ଏହାର ପ୍ରକ୍ରିୟାକରଣ କରାନଗଲେ ଏହା ପମ୍ପ ହାଉସ୍ରୁ ଓଭରଫ୍ଲୋ ହେବା ସଙ୍ଗେ ସଙ୍ଗେ ଜଳ ଅପଚୟ ଓ ପ୍ରଦୂଷଣ ସୃଷ୍ଟି କରିବାର ସମ୍ଭାବନା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ବର୍ଜ୍ୟ ବେକୱାସ ୱାଟର ଓଭରଫ୍ଲୋର ନିର୍ଦ୍ଦିଷ୍ଟ ପୁନଃ ପ୍ରକ୍ରିୟାକରଣ ଜରିଆରେ ସଂରକ୍ଷଣ କରିବା ନିମନ୍ତେ ରୂପରେଖ ପ୍ରସ୍ତୁତ ହୋଇଥିଲା । ନୂତନ ସ୍ଥାପିତ ବ୍ୟବସ୍ଥା ଅନୁଯାୟୀ ନିର୍ଦ୍ଧାରିତ ଜଳ ମାପଦଣ୍ଡ ହାସଲ ନିମନ୍ତେ ବେକୱାସ ୱାଟର ରିଟର୍ଣ୍ଣି ଚାମ୍ବର, ଏରେଟର ଓ କ୍ଲାରିଫାୟାର ମଧ୍ୟ ଦେଇ ଏକ ଷ୍ଟୋରେଜ ଟାଙ୍କିକୁ ନିର୍ଗତ ହେଉଛି ।

ଏହି ବିଶୋଧିତ ଜଳ ରୋଲିଂ ମିଲ୍ ପମ୍ପ ହାଉସ୍ରେ ମେକ ଅପ୍ ୱାଟର ରୂପେ ପୁନଃ ବ୍ୟବହାର ହେଉଛି । ଉକ୍ତ ନୂତନ ବ୍ୟବସ୍ଥାର କମିଶନିଂର ଫଳସ୍ୱରୂପ ନିର୍ଦ୍ଧାରିତ ପ୍ରଦୂଷଣ ମାନଦଣ୍ଡ ପୂରଣ ହେବା ସହିତ ଘଣ୍ଟା ପ୍ରତି ୨୦୦ ଘନମିଟର ଜଳ ମଧ୍ୟ ସଂରକ୍ଷିତ ହୋଇପାରୁଛି  । ଏହି ବ୍ୟବସ୍ଥାର ଡିଜାଇନ୍ ସିଇଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ବାହ୍ୟ ଏଜେନ୍ସି ଜଳ ପ୍ରବନ୍ଧନ ବିଭାଗର ତତ୍ତ୍ୱାବଧାନରେ କାର୍ଯ୍ୟାନ୍ୱିତ କରିଥିଲେ ।

Related Post