Sun. Jan 12th, 2025

ଆରଏସପି ଦ୍ୱାରା ବିଦ୍ୟାର୍ଥୀଙ୍କ ପାଇଁ ରାଜଭାଷା ପ୍ରତିଯୋଗିତା ଆୟୋଜିତ

By amfnews Sep 9, 2018 #Featured
154 Views

ରାଉରକେଲା, ୯/୯ :  ଆଗାମୀ ରାଜଭାଷା ଦିବସ ପାଳନ ପରିପ୍ରେକ୍ଷୀରେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଶିଳ୍ପ ସହରାଞ୍ଚଳର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ବିଭିନ୍ନ ରାଜଭାଷା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି କ୍ରମରେ ଅଗଷ୍ଟ ୨୪ ତାରିଖରେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ ଠାରେ ଏକ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୪ଟି ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୦ ତାରିଖରେ ରାଉରକେଲା ଷ୍ଟିଲ ଟେଲିଭିଜନ ସେଣ୍ଟର ଠାରେ ଅନୁଷ୍ଠିତ ଅନ୍ତିମ ରାଉଣ୍ଡରେ ଭାଗ ନେବା ପାଇଁ ମନୋନୀତ କରାଯାଇଥିଲା ।

ଫାଇନାଲ ରାଉଣ୍ଡକୁ ଉନ୍ନୀତ ଚାରିଟି ଦଳ ହେଲେ ସେକ୍ଟର-୭ ସ୍ଥିତ ଚିନ୍ମୟ ବିଦ୍ୟାଳୟ, ଡିଏଭି ପବ୍ଲିକ ସ୍କୁଲ, ସେକ୍ଟର-୧୬, ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୨୦ । ସହର ଇଞ୍ଜିନିୟରିଂ ବିଭାଗର ମ୍ୟାନେଜର ଶ୍ରୀ ବିନୟ ଶୁକ୍ଲା କୁଇଜ ମାଷ୍ଟର ଭୂମିକା ତୁଲାଇଥିଲେ । ଡିଏଭି ପବ୍ଲିକ ସ୍କୁଲର ଶ୍ରୀମତ ପଣ୍ଡା ଓ ସୁମନ ମାଝିଙ୍କୁ ନେଇ ଗଠିତ କାବେରୀ କୁଇଜ ଦଳ ରାଜଭାଷା କୁଇଜ ପ୍ରତିଯୋଗିତା-୨୦୧୮ରେ ବିଜୟୀ ହୋଇଥିଲେ । ଦିଲ୍ଲୀ ପବ୍ଲିକ ସ୍କୁଲର ଈପ୍ସା ସାହୁ ଓ କଷିଶ ସେହଗଲଙ୍କୁ ନେଇ ଗଠିତ ବ୍ରହ୍ମପୁତ୍ର କୁଇଜ ଦଳ ଦ୍ୱିତୀୟ ସ୍ଥାନ ଲାଭ କରିଥିବାବେଳେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶାଶ୍ୱତ ଶଶାଙ୍କ ଭୋଇ ଓ କୁରିନ ଦାସଙ୍କୁ ନେଇ ଗଠିତ ନର୍ମଦା କୁଇଜ ଦଳ ତୃତୀୟ ସ୍ଥାନ ଲାଭ କରିଥିଲେ ।

ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୨୦ରେ ଅଗଷ୍ଟ ୨୪ ତାରିଖରେ ସ୍ୱଚ୍ଛ ଭାରତ ଅଭିଯାନ ସନ୍ଦର୍ଭରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଏଚଆରଡି ସେଣ୍ଟର ଠାରେ ହିନ୍ଦୀ ଦିବସ ପାଳନ ଅବସରରେ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।

By amfnews

Related Post