Mon. Nov 25th, 2024

ଆରଏସପି ଦ୍ୱାରା ଟ୍ରାଫିକ ଓ କଞ୍ଚାମାଲ ବିଭାଗର କର୍ମଚାରୀଙ୍କର ଜୀବନସାଥୀଙ୍କ କାରଖାନା ସଚେତନା ଗସ୍ତ କାର୍ଯ୍ୟକ୍ରମ ଆୟୋଜିତ

By amfnews Jan 13, 2019 #Featured
132 Views

ରାଉରକେଲା, ଜାନୁଆରୀ ୧୩ : ରାଉରକେଲା ଇସ୍ପାତ କାରଖାନାର ମାନବ ସମ୍ବଳ ପ୍ରୟାସ ‘ପ୍ରଗତିର ପଥେ…. ଆମ ପରିବାର ଆମ ସାଥି’ର ଅଂଶ ସ୍ୱରୂପ କର୍ମଚାରୀଙ୍କ ଜୀବନସାଥିଙ୍କ ନିମନ୍ତେ କାରଖାନା ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଜାନୁଆରୀ ୫ ତାରିଖରେ ଟ୍ରାଫିକ ଓ କଞ୍ଚାମାଲ ବିଭାଗର ୨୧ ଜଣ କର୍ମଚାରୀଙ୍କ ସହଧର୍ମିଣୀ କାରଖାନା ପରିଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଟିଆରଏମ ବିଭାଗର ସମ୍ମେଳନ କକ୍ଷଠାରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମର ଆୟୋଜନ ସହିତ ଏହି ଗସ୍ତ କାର୍ଯ୍ୟକ୍ରମ ଔପଚାରିକ ରୂପେ ଆରମ୍ଭ ହୋଇଥିଲା । ଉକ୍ତ ବୈଠକରେ ଟି ଆଣ୍ଡ ଆରଏମ ବିଭାଗର ଜିଏମ୍ ପି. କେ. ଶତପଥୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ସେଲ ଆରଏସପି ଓ ସୁରକ୍ଷା ଉପରେ ଭିଡିଓ କ୍ଲିପିଙ୍ଗ ପ୍ରଦର୍ଶିତ ହୋଇଥିଲା । ସଂକ୍ଷିପ୍ତ ଓରିଏଣ୍ଟେସନ କାର୍ଯ୍ୟକ୍ରମ ପରେ ଅତିଥି ମହିଳାମାନଙ୍କୁ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ-୫, ଷ୍ଟିଲ ମେଲ୍ଟିଂ ସପ-୨, ନୂତନ ପ୍ଲେଟ ମିଲ ଓ ହଟ ଷ୍ଟ୍ରିପ ମିଲ ବିଭାଗ ଭ୍ରମଣ କରାଯିବା ସହିତ ବିଭାଗଗୁଡିକର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଯାଇଥିଲା । କାରଖାନା ପରିଦର୍ଶନ ପରେ ଅତିଥି ମହିଳାମାନେ ଟିଆଣ୍ଡ ଆରଏମ୍ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ମତ ବିନିମୟ ଅଧିବେଶନରେ ସାମିଲ ହୋଇଥିଲେ ।

ସେମାନେ ଇସ୍ପାତ ମଣିଷଙ୍କ କଠିନ କର୍ମଜୀବନର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଆର୍ଏସ୍ପି ପରିବାରର ଜଣେ ଜଣେ ସଦସ୍ୟ ରୂପେ ସେମାନେ ନିଜ ନିଜ ଜୀବନସାଥୀଙ୍କୁ ଅଧିକ ପ୍ରେରଣା ଓ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ଏହି ଅଧିବେଶନରେ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କାର୍ମିକ ବିଭାଗର ସିନିୟର ମ୍ୟାନେଜର ଶ୍ରୀ ଆର କେ ଘଡେଇ ଏବଂ ଡେପୁଟି ମ୍ୟାନେଜର ଲକ୍ଷ୍ମୀକାନ୍ତ ମହାପାତ୍ର ପରିଚାଳନା କରିଥିଲେ ।

By amfnews

Related Post