Sun. Feb 2nd, 2025

ଆରଏସପି ଦ୍ୱାରା ଗୋପବନ୍ଧୁ ଜୟନ୍ତୀ ମହାସମାରୋହରେ ପାଳିତ

By amfnews Oct 12, 2018 #Featured
150 Views

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଅକ୍ଟୋବର ୯ ତାରିଖରେ ଓଡିଶାର ବରପୁତ୍ର ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସେକ୍ଟର ୧୯ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଆରଏସପିର ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗର ଇଡି ପି. କେ. ପ୍ରଧାନ, ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନଚାର୍ଜ ଗୌତମ ବାନାର୍ଜୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡାକ୍ତର ଏସ ଏସ ପତି ଏବଂ ଆରଏସପିର ଅନ୍ୟ ବରିଷ୍ଠ ଅଧିକାରୀ ଉକ୍ରଳମଣିଙ୍କ ପ୍ରତିମୂର୍ତ୍ତିରେ ଭାବପୂର୍ଣ୍ଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଜୟନ୍ତୀ ପାଳନ ଅବସରରେ ଆୟୋଜି ବକ୍ତୃତା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଓଡିଆ, ହିନ୍ଦୀ ଓ ଇଂରାଜୀରେ ଉକ୍ରଳମଣିଙ୍କ ଜୀବନ ଓ ଆଦର୍ଶ ଉପରେ ବକ୍ତୃତା ପ୍ରଦାନ କରିଥିଲେ । ବକ୍ତୃତା ପ୍ରଦାନକାରୀ ଛାତ୍ରଛାତ୍ରୀମାନେ ହେଲେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଅମରେନ୍ଦ୍ର ପଣ୍ଡା, ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରୀ ସୁଶ୍ରୀ ଅରୁଣିମା ଠାକୁର ଓ କାର୍ମେଲ କନଭେଣ୍ଟ ସ୍କୁଲ ଛାତ୍ରୀ ସୁଶ୍ରୀ ଦିପ୍ସା ମହାନ୍ତି । ମୁଖ୍ୟ ଅତିଥି ବାକ ପ୍ରତିଯୋଗିତାର ବିଭିନ୍ନ ବର୍ଗର ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ତାଙ୍କ ସାଥି କଳାକାରମାନେ ‘ବନ୍ଦେ ଉକ୍ରଳ ଜନନୀ’ ପରିବେଷଣ କରିଥିଲେ । ଆରଏସପି ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଏ. ଉଦଗାତା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷା ବିଭାଗର ମ୍ୟାନେଜର ତଥା ଇସ୍ପାତ ବିଦ୍ୟାମନ୍ଦିର ଅଧ୍ୟକ୍ଷା ସୁଶ୍ରୀ ପୁଷ୍ପା ଖାନୁମ ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post