Thu. Dec 26th, 2024

ଆରଏସପିରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୮ ଜଣ ଠିକାଶ୍ରମିକ ପୁରସ୍କୃତ

rklsanchar@gmail.com' By J.N. Pradhan Jul 13, 2018 #Featured
304 Views

ରାଉରକେଲା, ୧୩/୭  : ରାଉରକେଲା ଇସ୍ପାତ କାରଖାନାର ପ୍ଲେଟ ମିଲ ବିଭାଗର କାର୍ଯ୍ୟରତ ୮ ଜଣ ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଛି । ପ୍ଲେଟ ମିଲ ବିଭାଗର ଜୁଲାଇ ୯ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଡିଜିଏମ ମେକାନିକାଲ ଇ. ଓରାମ ସେମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଠିକା ଶ୍ରମିକମାନେ ମେସର୍ସ ସନ୍ଟେକ୍ରେ କାର୍ଯ୍ୟ କରୁଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଠିକା ଶ୍ରମିକମାନେ ନୂତନ ୱାକିଙ୍ଗ ବିମ ଫର୍ଣ୍ଣେସର ଏକ ସ୍ଲାବକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରୂପେ ନିଷ୍କାସିତ କରିଥିଲେ । ଉକ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଥିଲା ଏବଂ ଏହା ଫଳରେ ରୋଲିଙ୍ଗ ରେକର୍ଡ ସମୟ ମଧ୍ୟରେ ଆରମ୍ଭ ହୋଇପାରିଥିଲା । ଏହାଦ୍ୱାରା ପ୍ଲେଟ ମିଲ ମଇ ମାସରେ ଲେଭେଲ-୪ ଉତ୍ପାଦନ ହାସଲ କରିପାରିଥିଲା । କାର୍ମିକ ଠିକା ସେଲ ଓ ପ୍ରକଳ୍ପ ବିଭାଗର ଡିଜିଏମ ଟି.ଜି. କାନେକର କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ତତ୍କାଳ ପୁରସ୍କାର ଯୋଜନା ସନ୍ଦର୍ଭରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନା କରିଥିଲେ ।

ପ୍ଲେଟ ମିଲ ବିଭାଗର ଡିଜିଏମ ନୀଳମଣି ମହାପାତ୍ର ପୁରସ୍କୃତ ଠିକା ଶ୍ରମିକଙ୍କ ପ୍ରଶଂସନୀୟ ପ୍ରୟାସ ସମ୍ପର୍କରେ ତଥ୍ୟ ରଖିଥିବା ବେଳେ ବିଭାଗର ଏଜିଏମ ବି. ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୪ ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ଆରଏସପିର ବିଭିନ୍ନ ବିଭାଗର ୧୭୦ ଜଣ ଠିକା ଶ୍ରମିକଙ୍କୁ ପୁରସ୍କୃତ କରାଯାଇଅଛି ।

Related Post