Fri. Dec 27th, 2024

ଆରଏସପିରେ ଠିକା ଶ୍ରମିକଙ୍କ ନିମନ୍ତେ ପ୍ରୟାସର ଅନ୍ୟ ଏକ ଅଧିବେଶନ ଅନୁଷ୍ଠିତ

By amfnews Nov 17, 2018 #Featured
198 Views

ରାଉରକେଲା, ୧୬ା୧୧  : ‘ପ୍ରୟାସ’ର ୨୬ତମ ଅଧିବେଶନ ଆର୍ଏସ୍ପିର ନୂତନ ହଟ ଷ୍ଟ୍ରିପ ମିଲରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୩୪ ଜଣ ଠିକା ଶ୍ରମିକ ଭାଗ ନେଇଥିଲେ । ମତବିନିମୟ କାର୍ଯ୍ୟକ୍ରମରେ କାର୍ମିକ ଠିକା ଶ୍ରମିକ ସେଲ ଓ ପ୍ରକଳ୍ପ ବିଭାଗର ଡିଜିଏମ ଟି.ଜି. କାନେକର ବିଭିନ୍ନ ସୁବିଧା ସୁଯୋଗ ତଥା ନିର୍ଦ୍ଧାରିତ ମାନଦଣ୍ଡ ଯଥା ଇଏସଆଇ ଓ ଭବିଷ୍ୟନିଧି ପାଣ୍ଠି ଇତ୍ୟାଦି ସମ୍ବନ୍ଧରେ ଠିକା ଶ୍ରମିକଙ୍କର ବିଭିନ୍ନ ଦ୍ୱନ୍ଦ୍ୱ ଦୂର କରିଥିଲେ ।

କାର୍ମିକ ସିଏଲସି ବିଭାଗର ଶ୍ରମ ନିରିକ୍ଷକ ଟି.ଏ .କେ. ପାତ୍ର ଠିକା ଶ୍ରମିକଙ୍କୁ ସେମାନଙ୍କର ଅଧିକାର, ଲାଭାଦି ସୁବିଧା, ଦାୟିତ୍ୱ, ମଜୁରୀ ଢାଞ୍ଚା, ବ୍ୟାଙ୍କ ଜରିଆରେ ମଜୁରୀ ପ୍ରଦାନ, ପେ ସ୍ଲିପ ଏବଂ ମେଡିକାଲ ସୁବିଧା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ ।

ସେମାନଙ୍କୁ ସୁରକ୍ଷିତ କାର୍ଯ୍ୟ ସଂସ୍କୃତି ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଥିଲା । ସିଏଲସି କାର୍ମିକ ବିଭାଗର ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ ସୁଶ୍ରୀ ସାବିତ୍ରୀ ସାହୁ ସାବିତ୍ରୀ ସାହୁ ଏସଏ ୮୦୦୦ର ବିଭିନ୍ନ ପ୍ରାବଧାନ ଯଥା ଶିଶୁ ଶ୍ରମିକ, ଗୋତି ଶ୍ରମିକ, ସ୍ୱାସ୍ଥ୍ୟର ପ୍ରାବଧାନ ଓ ଅଧିକାର, ଅବହେଳା, କାର୍ଯ୍ୟ ନିର୍ଘଣ୍ଟ, ସୁରକ୍ଷା, ମଜୁରୀ ଏବଂ ଅପମାନଜନକ ଭାଷା ଆଦି ବିଷୟରେ ତଥ୍ୟ ଉପସ୍ଥାପିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରକଳ୍ପ କାର୍ମିକ ବିଭାଗ ଡେପୁଟି ମ୍ୟାନେଜର ଡି.କେ. ପାଣ୍ଡା ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଆରଏସପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ‘ପ୍ରୟାସ’ ଆରଏସପି ଦ୍ୱାରା ଆୟୋଜିତ ଏକ ଯୋଗାଯୋଗ ବୈଠକ ଅଟେ । ଏଥିରେ ଠିକା ଶ୍ରମିକମାନଙ୍କୁ ସେମାନଙ୍କ କଲ୍ୟାଣମୂଳକ ଯୋଜନା ବିଷୟଗୁଡିକ ସମ୍ବନ୍ଧରେ ବିଭିନ୍ନ ପ୍ରାବଧାନ ଓ ନିୟମାବଳୀ ବିଷୟରେ ପ୍ରାଜ୍ଞଳ ରୂପେ ଅବଗତ କରାଯାଇଥାଏ । ଅଦ୍ୟାବଧି ଏହି ପ୍ରୟାସ ଅଧୀନରେ ୧୧୯୮ ଜଣ ଠିକା ଶ୍ରମିକ କାର୍ଯ୍ୟକ୍ରମରେ ଭାଗ ନେଇସାରିଛନ୍ତି ।

By amfnews

Related Post