Fri. Nov 15th, 2024

ଆମ୍ ଆଦ୍ମୀ ପାର୍ଟିର କର୍ମୀ ପ୍ରଶିକ୍ଷଣ ଶିବିର

By amfnews Nov 13, 2018 #Featured
196 Views

ରାଉରକେଲା, ୧୩/୧୧  : ସୁନ୍ଦରଗଡ଼ ଜିଲାରେ ଆମ୍ ଆଦ୍ମୀ ପାର୍ଟିର ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ପାର୍ଟି ତରଫରୁ ବାସନ୍ତି କାଲୋନୀ ସ୍ଥିତ ଡିଏବି କ୍ଲବରେ ଏକ କର୍ମୀ ପ୍ରଶିକ୍ଷଣ ଶିବିର ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ପାର୍ଟିକୁ ବିଜୟୀ କରିବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭାରୁ କର୍ମୀମାନେ ଶିବିରରେ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ ବିଧାନସଭା ଆବାହକ ଷ୍ଟାନିଲାସ ଏକ୍କା, ତଲସରା ବିଧାନସଭା ଆବାହକ ସଞ୍ଜୀବ ଖାଲ୍କୋ, ରାଜଗାଙ୍ଗପୁର ବିଧାନସଭା ଆବାହକ ଅଶୋକ ଏକ୍କା, ବୀରମିତ୍ରପୁର ବିଧାନସଭା ଆବାହକ ବିନୟ କୁଲୁ, ରଘୁନାଥପାଲୀ ବିଧାନସଭା ଆବାହକ ନବୀନ ବାଙ୍କରା, ବଣେଇ ବିଧାନସଭା ଆବାହକ ସପନୀ ମୁଣ୍ଡା, ରାଉରକେଲା ବିଧାନସଭା ଆବାହକ ପ୍ରମୋଦ ସାହୁ, ସୁନ୍ଦରଗଡ଼ ଲୋକସଭା ଆବାହକ ତଥା ରାଜ୍ୟ କମିଟି ସଦସ୍ୟ ବାସିଲ ଏକ୍କା ଓ ରାଜ୍ୟ ସମ୍ପାଦକ ବିନୟ ତିୱାରୀ ପ୍ରମୁଖ ଉପସ୍ଥିତ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଆମ୍ ଆଦ୍ମୀ ପାର୍ଟି ସରକାର ଦିଲ୍ଲୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଶସ୍ତାରେ ବିଜୁଳି, ରୋଜଗାର ଇତ୍ୟାଦି ପାଇଁ ଯେଉଁଭଳି ଉନ୍ନତମାନର କାର୍ଯ୍ୟ କରୁଛି ସେହିଭଳି ଉନ୍ନତମାନର କାର୍ଯ୍ୟ ଓଡ଼ିଶାରେ ମଧ୍ୟ ପାର୍ଟି ତରଫରୁ କରାଯିବ ବୋଲି ସମସ୍ତ ନେତୃ ମଣ୍ଡଳୀ ବକ୍ତବ୍ୟ ରଖିଥିଲେ । ଏହି ଶିବିରରେ ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ କର୍ମୀ ଅଂଶ ଗ୍ରହଣ କରିଥିଲେ ଏବଂ ଉପସ୍ଥିତ ସମସ୍ତ କର୍ମୀମାନେ ଆସନ୍ତା କାଲିଠାରୁ ଜୋରଦାର୍ କାର୍ଯ୍ୟ ଆରମ୍ଭ କରିବେ ବୋଲି ଶପଥ ନେଇଥିଲେ ।

By amfnews

Related Post