ଆମେଠୀ, ଜୁଲାଇ ୧୧ : ଲୋକସଭା ନିର୍ବାଚନରେ ମିଳିଥିବା ପରାଜୟ ପରେ ଗତକାଲି ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ଆମେଠୀ ଗସ୍ତ କରିଥିଲେ । ଏହାସହ ତାଙ୍କର ଆମେଠୀ ସହ ରାଜନୈତିକ ନୁହେଁ ବରଂ ପାରିବାରିକ ସଂପର୍କ ରହିଛି ବୋଲି ସେ କହିଛନ୍ତି ।
ରାହୁଲ କହିଛନ୍ତି ଯେ, କଂଗ୍ରେସ ବିରୋଧୀ ଦଳର ଭୂମିକା ଗ୍ରହଣ କରିବ । ଜନତାଙ୍କ ସ୍ୱର ସଂସଦରେ ଉଠାଇବ । ଏହି କାମ କରିବାକୁ ବହୁତ ମଜା ଲାଗିବ । ସେ ଏବେ ୱାଏନାଡରୁ ସାଂସଦ ରହିଛନ୍ତି । ତେଣୁ ସେଠାରେ ମଧ୍ୟ ବିକାଶ ମୂଳକ କାର୍ଯ୍ୟ ଦେଖିବାକୁ ପଡିବ । କିନ୍ତୁ ଆମେଠୀ ଗସ୍ତ କରିବେ । ପ୍ରିୟଙ୍କା ମଧ୍ୟ ଏଠାକୁ ଆସିବେ ।
ସେ କାର୍ଯ୍ୟକର୍ତ୍ତାଙ୍କୁ ଅପିଲ କରିଛନ୍ତି, ଜନତାଙ୍କ ହିତ ପାଇଁ ସଂଘର୍ଷ କରିବାକୁ ହେବ । ଦଳର ବିଚାରଧାରାକୁ ଲୋକଙ୍କ ନିକଟରେ ପହଁଚାଇବାକୁ ପଡିବ । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ, ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଏବଂ ସ୍ମୃତି ଇରାନୀ ଏଠାରୁ ସାଂସଦ ଅଛନ୍ତି । କଂଗ୍ରେସ ବିରୋଧୀଙ୍କ କାର୍ଯ୍ୟ ତୁଲାଇବ । ଏହି କାମ କରିବା ଦ୍ୱାରା ମଜା ଲାଗିବ ବୋଲି ସେ କହିଛନ୍ତି ।