Wed. Mar 11th, 2026

ଆମେରିକୀୟ ବୈଜ୍ଞାନିକଙ୍କୁ ଗ୍ରୀସ୍‌ରେ ଦୁଷ୍କର୍ମ ପରେ ହତ୍ୟା

222 Views

ଏଥେନ୍ସ  :  ଜଣେ ଆମେରିକୀୟ ବୈଜ୍ଞାନିକଙ୍କୁ ଗ୍ରୀସ୍‌ରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଘଟଣାର ୬ ଦିନ ପରେ ଏକ ପରିତ୍ୟକ୍ତ ବଙ୍କର୍‌ରୁ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏବେ ଗିରଫ ହୋଇଛି ଏବଂ ସେ ନିଜ ଦୋଷ ସ୍ବୀକାର କରିଛି। ଗ୍ରୀକ୍‌ ଆଇଲାଣ୍ଡ୍‌ କ୍ରେ‌ଟେରେ ଜଣେ ୨୭ ବର୍ଷୀୟ କୃଷକ ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି। ବୈଜ୍ଞାନିକଙ୍କ ନାମ ସୁଜାନ୍ନେ ଇଟନ୍‌। ଡ୍ରେସଡେନ୍‌ ବିଶ୍ବବିଦ୍ୟାଳୟରେ ସେ ଜଣେ ବୈଜ୍ଞାନିକ ଭାବେ ୧୪ ବର୍ଷ ଧରି କାର୍ଯ୍ୟ କରୁଥିଲେ। ୫୯ ବର୍ଷୀୟା ସୁଜାନେଙ୍କୁ ଗତ ୨ ତାରିଖରେ ଶେଷ ଥର ଦେଖିବାକୁ ମିଳିଥିଲା। ସେ ନିଜ ସେଲ୍‌ଫୋନ୍‌ ଛାଡ଼ିଦେଇ ବାହାରକୁ ବୁଲିବାପାଇଁ ଯାଇଥିଲେ, କିନ୍ତୁ ଆଉ ଫେରି ନଥିଲେ।

By amfnews

Related Post