Sat. Mar 7th, 2026

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ନୂଆ ରେକର୍ଡ: ୭କୋଟି ଭୋଟ ପାଇଥିବା ପ୍ରଥମ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଜୋ ବାଇଡେନ

298 Views

ନୂଆଦିଲ୍ଲୀ: ଆମେରିକାରେ କିଏ କରିବ ଶାସନ? କାହାକୁ ମିଳିବ ରାଷ୍ଟ୍ରପତି ପଦ? ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଏକ ନୂଆ ରେକର୍ଡ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ୭କୋଟି ଭୋଟ ମିଳିଛି। ଏହା ପୂର୍ବରୁ କାହାକୁ ୭କୋଟି ଭୋଟ ମିଳିନଥିଲା। ୭କୋଟି ଭୋଟ ପାଇ ‌‌ସେ ପୂର୍ବ ରାଷ୍ଟ୍ରପତି ବରାକ୍ ଓବାମାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଓବାମା ୬୯,୪୯୮,୫୧୬‌ ଭୋଟ ପାଇ ରେକର୍ଡ କରିଥିବା ବେଳେ ଏବେ ତାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ଜୋ ବାଇଡେନ୍। ଅନ୍ୟ ପକ୍ଷରେ ଏ ପର୍ଯ୍ୟନ୍ତ ରିପବ୍ଳିକାନ୍‌ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଙ୍କୁ ୬.୮କୋଟି ଭୋଟ ମିଳିଥିବା ଜଣା ପଡ଼ିଛି।

Joe Biden slams Donald Trump over reported Russian bounties placed on U.S.  troops in Afghanistan
The Philadelphia Inquirer

ତେବେ ଜୋ ବାଇଡେନ୍ ଏବେ ଆଗରେ ଥିବା ବେ‌ଳେ ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଡୋନାଲ୍ଡ ଟ୍ରମ୍ପ । ୱିସକିନସନ୍ ରେ ପୁଣି ଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ପ୍ରଥମେ ସେ ଆଗରେ ଚାଲିଥିଲେ । କିନ୍ତୁ ଅଚାନକ ଜୋ ବାଇଡେନ ଆଗକୁ ଆସିଯାଇଛନ୍ତି। ତାଙ୍କ ସପକ୍ଷରେ ଚାଲି ଯାଇଛି ଫଳାଫଳ । ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ସମସ୍ତେ ଏକାଠି ହୋଇ ତାଙ୍କୁ ହରାଇବାକୁ ଉଦ୍ୟମ କରିଛନ୍ତିା ଏହାରି ଭିତରେ ଟ୍ରମ୍ପଙ୍କ ଦଳ ମଧ୍ୟ ଭୋଟିଂ ଅବଧି ସରିବା ପରେ ବେଆଇନ ଭାବେ ମତଦାନ ଜାରି ରହିଥିବା ନେଇ ଗତକାଲି ଅଭିଯୋଗ ଆଣିଥିଲା । ଟ୍ରମ୍ଫ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥବାରୁ ଚୂଡାନ୍ତ ନିଷ୍ପତି ନେବେ କୋର୍ଟ, ତା’ପରେ ଆସିବ ଫଳାଫଳ ।

By amfnews

Related Post