Wed. Nov 6th, 2024

ଆମେରିକା ମେରାଇନ କର୍ପୋରେଶନର ୨ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ନିଖୋଜ

By amfnews Dec 6, 2018 #Featured
97 Views

ୱାସିଙ୍ଗଟନ, ଡିସେମ୍ବର ୦୬ : ଆମେରିକାର ମେରାଇନ କର୍ପୋରେଶନର ୨ଟି ବିମାନ ଜାପାନରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ୬ଜଣ ଅଧିକାରୀ ଓ କର୍ମଚାରୀ ନିଖୋଜ ହୋଇଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ବୁଧବାର ଖବର ସଂସ୍ଥାକୁ ଏହି ସୂଚନା ଦେଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଗୁଡ଼ିକ ହେଲା ଏଫ-୧୮ ଫାଇଟର ଏବଂ ସି-୧୩୦ ଟ୍ୟାଙ୍କର । ସୂଚନାଯୋଗ୍ୟ ୟୁଏସ ମେରାଇନ କର୍ପୋରେଶନ ଆମେରିକା ଆର୍ମ ଫୋର୍ସର ଏକ ଶାଖା ଅଟେ ।

ମେରାଇନ କର୍ପୋରେଶନ ଏକ ବୟାନରେ କହିଛି, ବିମାନ ଦକ୍ଷିଣ ଜାପାନର ଇଭାକୁନୀସ୍ଥିତ ମେରାଇନ କର୍ପୋରେଶନ ଏୟାର ଷ୍ଟେସନରୁ ବାହାରିଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୟାନରେ କୁହାଯାଇଛି ଯେ, କିଛି କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଉଥିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସି-୧୩୦ ଉପରେ ୫ଜଣ କ୍ରୁ ସଦସ ଥିବା ବେଳେ ଏଫ-୧୮ରେ ୨ଜଣ କ୍ରୁ ସଦସ୍ୟ ଥିଲେ । ଓକିନାଭାସ୍ଥିତ ଫାଷ୍ଟ ମେରାଇନ ଏୟାରକ୍ରାଫ୍ଟ ଶାଖା ମୁଖପାତ୍ର ଦ୍ୱିତୀୟ ଲେଫ୍ଟନାଣ୍ଟ ଏଲିସା ମୋରେଲ୍ସ ମିଲିଟାରି ନ୍ୟୁଜକୁ କହିଛନ୍ତି ଜଣେ କର୍ମଚାରୀଙ୍କୁ ଜୀବୀତ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟଯେ , ୟୁଏସ ମିଲିଟାରୀରେ ୫୦,୦୦୦ ଯବାନ ମୁତୟନ ଅଛନ୍ତି ।

By amfnews

Related Post