Wed. Dec 25th, 2024

ଆମେରିକା-ତାଇୱାନ ସଂପର୍କକୁ ନେଇ ଚୀନର ଚିନ୍ତା ବଢ଼ିଲା, ଦେଲା ଧମକ

By amfnews Sep 22, 2020 #Featured
126 Views

ତାଇପେଇ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ଆମେରିକା ଓ ତାଇୱାନ ମଧ୍ୟରେ ସଂପର୍କର ଘନିଷ୍ଠତା ବଢ଼ିଛି, ଯାହାକି ଚୀନକୁ ହଜମ ହୋଇପାରୁ ନାହିଁ । ତାଇୱାନକୁ ଚୀନ ଚେତାବନୀ ଦେଇଛି । ମାତ୍ର ଏଥିରେ ଡରିଯାଇ ନାହିଁ ତାଇୱାନ ।

ଆମେରିକୀୟ ବିଦେଶ ବିଭାଗର ବରିଷ୍ଠ ଅଧିକାରୀ କୀଥ କ୍ରେଚ ତାଇୱାନ ଯାତ୍ରାକୁ ଚୀନ ରାଜନୀତି ବୋଲି ଦର୍ଶାଇଛି । ଚୀନ କହିଛି ଯେ, ଏଥି ଲାଗି ତାଇୱାନଙ୍କୁ ବଡ଼ କ୍ଷତି ସହ୍ୟ କରିବାକୁ ପଡ଼ିବ । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ବେନବିନ ପରୋକ୍ଷ ଭାବେ ତାଇୱାନକୁ ଧମକ ଦେଇଛନ୍ତି । ସେ କହିଛନ୍ତି ତାଇୱାନକୁ ସଠିକ ଜବାବ ମିଳିବ ।

ବାଙ୍ଗ ଆମେରିକାକୁ ମଧ୍ୟ ଚେତାବନୀ ଦେଇ କହିଛି ଯେ, ତାଇୱାନ ସହିତ ସଂପର୍କ ବଢ଼ାଇଥିବାରୁ ଚୀନ ଓ ଆମେରିକା ମଧ୍ୟରେ ଥିବା ସହଯୋଗକୁ କ୍ଷତି ପହଂଚାଇବ । ଚୀନ ମୁଖପାତ୍ର ଆହୁରି କହିଛନ୍ତି ଯେ, ତାଇୱାନର ସ୍ୱାଧୀତନାର କୌଣସି ବି ଉଦ୍ୟମ ଏକ ମୃତ ଉଦ୍ୟମ ଭଳି ।

ସୂଚନାଯୋଗ୍ୟ, ଏକଛତ୍ରବାଦୀ ହେବା ଲକ୍ଷ୍ୟରେ ଚୀନ ନିଜର ପଡୋଶୀ ଦେଶମାନଙ୍କର ସହିତ ଉତ୍ତମ ସଂପର୍କ ରଖିବା ବଦଳରେ ହୀନ ଚକ୍ରାନ୍ତ କରୁଛି । ଚନୀ ନିଜର ପଡୋଶୀ, ଭାରତ, ଭୂଟାନ, ତାଇୱାନ ସହିତ ଭଲ ସଂପର୍କ ରଖିପାରୁ ନାହିଁ ।

By amfnews

Related Post