Mon. Mar 9th, 2026

ଆମେରିକା ଗସ୍ତ ସମୟରେ ଇମ୍ରାନ୍‌ ଖାଁଙ୍କୁ ଦେଇଥିବା ଘରୋଇ ବିମାନକୁ ଫେରାଇନେଲେ ସାଉଦି ଯୁବରାଜ

163 Views

ନୂଆଦିଲ୍ଲୀ  : ଯୁକ୍ତରାଷ୍ଟ୍ର ଆମେରିକାରୁ ଇସ୍‌ଲାମାବାଦ ଯିବା ନିମନ୍ତେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ସାଉଦୀ ଯୁବରାଜ ମହମ୍ମଦ ବିନ୍‌ ସଲମନ୍‌ ଦେଇଥିବା ସ୍ୱତନ୍ତ୍ର ବିମାନଟିକୁ ଫେରାଇ ନେଇଥିଲେ ବୋଲି ପାକିସ୍ତାନର ଏକ ସାପ୍ତାହିକ ପତ୍ରିକା କହିଛି। ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ କୂଟନୈତିକ ବିଚାରବୋଧରେ ବିରକ୍ତ ହୋଇ ସଲମନ୍‌ ଏପରି କରିଥିବା କଥା ପତ୍ରିକା କହିଛି।

ଜାତିସଂଘର ସାଧାରଣ ପରିଷଦ୍‌ ବୈଠକକୁ ଯିବା ପୂର୍ବରୁ ଇମ୍ରାନ୍‌ ସାଉଦି ଆରବ ଯାଇଥିଲେ। ସେଠାରୁ ଗୋଟାଏ କର୍ପୋରେଟ୍‌ ବିମାନରେ ଆମେରିକା ଯିବାକୁ ଚାହିଁଥିଲେ। କିନ୍ତୁ, ସାଉଦୀ ଯୁବରାଜ ତାଙ୍କୁ ନିଜର ସ୍ୱତନ୍ତ୍ର ବିମାନଟି ଦେଇଥିଲେ। ପରେ ପରେ ଇମ୍ରାନ୍‌ ଏମ୍‌ବିଏସ୍‌ ବିମାନରେ ଯାତ୍ରା କରିବା ପରେ ସେଥିରେ ଫେରିବା ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।

କିନ୍ତୁ ସ୍ଥାନୀୟ ସାପ୍ତାହିକ ପତ୍ରିକା ଦାବି କରିଛି ଯେ ବିମାନରେ ଯାନ୍ତ୍ରିକ ତ୍ରୁଟି ନ ଥିଲା। ପାକିସ୍ତାନୀ ପ୍ରତିନିଧି ଦଳଙ୍କୁ ସେ ବିମାନର ଓହ୍ଲାଇ ଦେବା ନିମନ୍ତେ କହିବାରୁ ଇମ୍ରାନ୍‌ ଖାଁ ଅପମାନ ଅନୁଭବ କରିଥିଲେ।

By amfnews

Related Post