278 Views
ନୂଆଦିଲ୍ଲୀ, ଜାନୁଆରୀ 13 : ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱରେ 9.20 କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏଥି ସହିତ କରୋନା କାରଣରୁ 19 ଲକ୍ଷ 70 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୋଟିଏ ଦିନରେ ଆମେରିକାରେ ପ୍ରାୟ 4500 ଲୋକ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।
ଆମେରିକାରେ କୋଭିଡ ଟୀକାକରଣ ଅଭିଯାନ ସତ୍ତ୍ୱେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମଙ୍ଗଳବାର ଦିନ କରୋନାରେ ଆମେରିକାରେ 4,500 ଲୋକଙ୍କ ମୃତ୍ୟୁ ଘଟିଛି । ମହାମାରୀ ଆରମ୍ଭ ହେବା ପରଠାରୁ ଆମେରିକାରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ରେକର୍ଡ ଭାଙ୍ଗିଛି । ଏହା ସହ ଆମେରିକାରେ ମୃତ୍ୟୁ ସଂଖ୍ୟା 3,89,599 ଅତିକ୍ରମ କରିଛି । ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା 23,368,225 ରେ ପହଞ୍ଚିଛି ।