Tue. Dec 24th, 2024

ଆମେରିକାରେ ଗମ୍ଭୀର କରୋନାସ୍ଥିତି : 24 ଘଣ୍ଟାରେ 1.5 ଲକ୍ଷ ଆକ୍ରାନ୍ତ ଚିହ୍ନଟ, ଗଲା 1600 ଲୋକଙ୍କ ଜୀବନ

By amfnews Nov 12, 2020 #Featured
140 Views

ନୂଆଦିଲ୍ଲୀ,ନଭେମ୍ବର 11 :  ଆମେରିକାରେ ମହାମାରୀ କରୋନା ଭୂତାଣୁ ପ୍ରଭାବ କମିବାର ନାଁ ନେଉନାହିଁ  । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ 1.5 ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି   ।  ଏହା ସହ 1600 ଜଣଙ୍କର ଜୀବନ ନେଇଛି କରୋନା  । ଏହା ସହିତ ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 10 କୋଟି 70 ଲକ୍ଷ 8 ହଜାର 7କୁ ବୃଦ୍ଧି ପାଇଛି ।

ଆମେରିକାରେ କରୋନା ଭୂତାଣୁ କାରଣରୁ 2 ଲକ୍ଷ 47 ହଜାର 397 ଜଣଙ୍କର ମୃତ୍ୟୁ ଘଟିଛି  । ବର୍ତ୍ତମାନ ସୁଦ୍ଧା 66 ଲକ୍ଷ 48 ହଜାର 679 ଲୋକ ଏହି ମହାମାରୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଆମେରିକାରେ 38 ଲକ୍ଷ 11 ହଜାର 931 ଲୋକ ଚିକିତ୍ସାଧୀନ ଅଛନ୍ତି  ।

ଫିଫାଇଜରର କରୋନା ଟିକା ଅନୁମୋଦିତ ହୁଏ, ତେବେ ଆସନ୍ତା ମାସରେ ଆମେରିକା ଟୀକାକରଣ ଆରମ୍ଭ କରିବାକୁ ଯୋଜନା କରିଛି  ।  ଆମେରିକାର କେନ୍ଦ୍ର ସରକାର ଜୁଲାଇରେ ପିଫାଇଜର ସହିତ 60 ମିଲିୟନ୍ ଡୋଜ କରୋନା ଟିକା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ  ।

By amfnews

Related Post