Sun. Mar 8th, 2026

ଆମାଜନ୍‌ ବଣରେ ନିଆଁ, ‘ଏନ୍‌ଜିଓ’ମାନଙ୍କୁ ଦୋଷ ଦେଲେ ବ୍ରାଜିଲ୍‌ ରାଷ୍ଟ୍ରପତି

150 Views

ସାଓ ପଲୋ/ବ୍ରାସିଲିଆ  : ଅନୁଦାନ କାଟିଥିବା ଯୋଗୁଁ ତାଙ୍କ ସରକାରକୁ ବଦନାମ କରିବାକୁ ‘ଏନ୍‌ଜିଓ’ମାନେ ଆମାଜନ୍‌ କ୍ରାନ୍ତୀୟ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କଥା ବୁଧବାର ଦିନ ବ୍ରାଜିଲ୍‌ର ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନେରୋ କହିଛନ୍ତି।

ଏ ବର୍ଷ ଆମାଜନ୍‌ରେ ରେକର୍ଡ ସଂଖ୍ୟକ ଅଗ୍ନିକାଣ୍ଡ ନିମନ୍ତେ ‘ଏନ୍‌ଜିଓ’ମାନେ ଦାୟୀ ବୋଲି ବୋଲ୍‌ସୋନେରୋ କହୁଥିଲେ ବି କୌଣସି ପ୍ରମାଣ ଦେଇ ପାରି ନାହାନ୍ତି।

ବୋଲ୍‌ସାନେରୋ କହିଛନ୍ତି: ସବୁ ଜିନିଷ ସୂଚାଉଛି ଯେ ବଣରେ ନିଆଁ ଲଗାଇବାକୁ ‘ଏନ୍‌ଜିଓ’ମାନେ ଆମାଜନ୍‌କୁ ଯାଉଛନ୍ତି। ତାଙ୍କ ଦାବି ସଂକ୍ରାନ୍ତରେ କୌଣସି ପ୍ରମାଣ ଅଛି କି, ବୋଲି ପଚରା ଯିବାରୁ ସେ କହିଲେ କି, ତାଙ୍କ ପାଖରେ କୌଣସି ଲିଖିତ ଯୋଜନା ନାହିଁ। ସେ ଆହୁରି କହିଲେ କି, ଯୋଜନାବଦ୍ଧ ଭାବେ ନିଆଁ ଲଗାଯାଇ ନାହିଁ।

ସେ କହିଲେ ତାଙ୍କ ସରକାର ଏନ୍‌ଜିଓ ଅନୁଦାନ କାଟି ଥିବାରୁ ତାଙ୍କ ସରକାରକୁ ବଦନାମ କରିବା ଉଦ୍ଦେଶ୍ୟରେ ସେମାନେ ବଣ ପୋଡୁଥାଇ ପାରନ୍ତି। ଫେସ୍‌ବୁକ୍‌ ଲାଇଫ୍‌ ବ୍ରଡ୍‌କାଷ୍ଟ୍‍ରେ ସେ କହିଛନ୍ତି: ଅପରାଧ ଘଟୁଛି। ଯେଣୁ, ଏ ଲୋକମାନେ ଟଙ୍କା ପାଉ ନାହାନ୍ତି।

By amfnews

Related Post