Sun. Mar 8th, 2026

ଆଫଗାନିସ୍ତାନରେ ଆଇଏସ୍‌ ବିରୋଧରେ ଭାରତ ଓ ଅନ୍ୟ ଦେଶମାନେ ଲଢ଼ନ୍ତୁ: ଟ୍ରମ୍ପ୍‌

189 Views

ଓ୍ଵାସିଂଟନ୍‌ :  ଆଫଗାନିସ୍ତାନରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ବିରୋଧରେ ଲଢ଼େଇ କରିବାକୁ ଭାରତ, ରୁଷ୍‌, ତୁର୍କୀ, ଆଫଗାନିସ୍ତାନ, ଇରାନ, ଇରାକ୍‌ ଏବଂ ପାକିସ୍ତାନ ପ୍ରଭୃତି ଦେଶ ଆଗଭର ହେବା ଉଚିତ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବୁଧବାର ଦିନ ପ୍ରସ୍ତାବ ଦେଇଛନ୍ତି।

ଚାଲିଥିବା ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ସନ୍ୟଙ୍କୁ ଆଫଗାନିସ୍ତାନରେ ରଖିବ ନା, ପ୍ରତ୍ୟାହାର କରିବ ବୋଲି ପଚରାଯିବାରୁ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍‌ କହିଲେ: ଦେଖନ୍ତୁ, ସେଠାରେ ଭାରତ ଅଛି, ସେମାନେ ଏହା ବିରୋଧରେ ଲଢୁ ନାହାନ୍ତି, ଆମେ ଲଢୁଛୁ। ପଡ଼ୋଶୀ ଭାବେ ପାକିସ୍ତାନ ଅଛି। ସେମାନେ ଲଢୁଛନ୍ତି, ସାମାନ୍ୟ ଲଢୁଛନ୍ତି, ଅତି ସାମାନ୍ୟ ଲଢୁଛନ୍ତି। ଏଇଟା ଭଲ କଥା ନୁହେଁ।

ସେ ଆହୁରି କହିଲେ କି, ସମ୍ପ୍ରତି ଆଫଗାନିସ୍ତାନର ଆତଙ୍କବାଦୀମାନଙ୍କ ବିରୋଧରେ ଲଢ଼ିବାକୁ ଅନ୍ୟ ଦେଶମାନେ ଖୁବ୍‌ କମ୍‌ ଉଦ୍ୟମ କରୁଛନ୍ତି।କେତେକ ସ୍ଥଳରେ ରୁଷ୍‌, ଆଫଗାନିସ୍ତାନ, ଇରାନ୍‌, ଇରାକ୍‌, ତୁର୍କୀ ନିଜ ପାଇଁ ଲଢୁଛନ୍ତି। ଆମେ ଶତପ୍ରତିଶତ ଖଲିଫେଟ୍‌ ମୂଳପୋଛ କରିଛୁ। ରେକର୍ଡ ସମୟ ମଧ୍ୟରେ ଏ କାମ କରିଛୁ ବୋଲି ସାମ୍ବାଦିକମାନଙ୍କୁ ଟ୍ରମ୍ପ୍‌ କହିଛନ୍ତି। ସେ ପୁଣି କହିଲେ: ସମୟ ଆସିବ ଏ ସବୁ ଦେଶଙ୍କୁ ଲଢ଼ିବାକୁ ପଡ଼ିବ। ଆମେ କ’ଣ ଆହୁରି ୧୯ ବର୍ଷ ସେଠାରେ ରହିବୁ। ମୁଁ ସେମିତି କଥା ଚିନ୍ତା କରୁନି।

By amfnews

Related Post