Sat. Mar 7th, 2026

ଆପ୍‌ ବ୍ୟବହାର କରି ଅପରାଧୀଙ୍କୁ ଧରୁଛି ପୋଲିସ

227 Views

ଗୁଡଗାଓଁ: ଦିନକୁଦିନ ସଫ୍ଟୟେର୍‌ ଆପ୍ପଲିକେସନର ବ୍ୟବହାର ବଢୁଛି ଏବଂ ବିଭିନ୍ନ ସମସ୍ୟାର ସମାଧାନ ଅତି ସହଜରେ କରାଯାଇପାରୁଛି I କେବଳ ଅଫିସ କିମ୍ବା ବିଜ୍‌ନେସରେ ନୁ‌େହଁ ବରଂ ଅପରାଧୀଙ୍କୁ ଧରିବାରେ ମଧ୍ୟ ଆପ୍‌ ବ୍ୟବହାର କରାଯାଇ ସଫଳ ହେଉଛି ପୋଲିସ I ନିକଟରେ ପଞ୍ଜାବ ପୋଲିସର ଖୁଲାସାରୁ ଏଭଳି ତଥ୍ୟ ପଦାକୁ ଆସିଛି I ପଞ୍ଜାବ ପୋଲିସ କିଛି ଦିନ ତଳେ ତିନି ଜଣଙ୍କୁ ଗିରଫ କରିବା ପରେ ତାଙ୍କର ଫଟୋ ପଞ୍ଜାବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍‌ ସିଷ୍ଟମ ଆପ୍‌ରେ ଛାଡି ବହୁ ତଥ୍ୟ ହାସଲ କରିଥିଲା I ଅପରାଧୀଙ୍କ ମୁହଁକୁ ସଠିକ ଭାବେ ଚିହ୍ନଟ କରି ଆପ ତାଙ୍କର ସବୁ ପ୍ରକାର ଅପରାଧିକ ବିବରଣୀ ଯୋଗାଇଥିଲା I ଫଳରେ ଉକ୍ତ ତିନି ଅପରାଧୀଙ୍କ ଠାରୁ ଚାରିଟି ଚୋରି ହୋଇଥିବା ଗାଡି, ପାଞ୍ଚଟି ବନ୍ଧୁକ ଜବତ କରିବା ସହ ସେମାନେ ସୁପାରୀ ହତ୍ୟାକାରୀ ବୋଲି ମଧ୍ୟ ଜାଣିପାରିଥିଲା I ଏଭଳି ସଫ୍ଟୱେର୍‌ ନିର୍ମାଣ କରିଥିବା ଗୁରଗାଓଁ ସ୍ତାକ ଟେକ୍ନୋଲୋଜିସର ପ୍ରତିଷ୍ଠାତା ଅତୁଳ ରାଏ କହିଛନ୍ତି ଯେ ବିଭିନ୍ନ ସରକାରୀ ସଂସ୍ଥାରୁ ଅପରାଧୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ଏହାକୁ ନେଇ ଏକ ଡାଟାବେସ୍‌ ସୃଷ୍ଟି କରାଯାଉଛି। ଏହି ଡାଟାବେସ୍‌କୁ ଉକ୍ତ ସଫ୍ଟୱେୟର୍‌ ସହ ଲିଙ୍କ କରାଯାଇ ଅପରାଧୀଙ୍କ ଫେସ୍ ରିଡିଂ ମାଧ୍ୟମରେ ତଥ୍ୟ ହାସଲ କରାଯାଇପାରୁଛି I ନେସନାଲ୍‌ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ଅନୁଯାୟୀ ୭୦ ପ୍ରତିଶତ ଅପରାଧୀ ବାରମ୍ବାର ଅପରାଧ କରିଥାନ୍ତି I ତେଣୁ ଅପରାଧୀଙ୍କ ଡାଟାବେସ୍‌ ପୋଲିସ ପାଇଁ ବଡ ଅସ୍ତ୍ର ହୋଇଯାଇଛି ବୋଲି କହିଛନ୍ତି ରାଏ I ଏଭଳି ଫେସ୍ ରିଡିଂ ଆପ ଜରିଆରେ କେବଳ ଯେ ଅପରାଧୀଙ୍କୁ ଧରାଯାଇ ପାରୁଛି ତାହା ନୁହଁ ବରଂ ଏହାକୁ ବ୍ୟବହାର କରି ହଜିଯାଇଥିବା ଲୋକଙ୍କୁ ମଧ୍ୟ ଠାବ କରାଯାଇପାରୁଛି I ଏଭଳି ଫେସ୍ ରିଡିଂ ସଫ୍ଟୱେୟର୍‌ ଆପ୍‌ କେବଳ ପଞ୍ଜାବ ନୁ‌େହଁ, ଅନ୍ୟଠି ମଧ୍ୟ ବ୍ୟବହାର କରାଯାଉଛି। ଚନ୍ନୋଇର ଫ୍ୟାସ୍‌ଟ୍ୟାଗର୍‌ ଏକ ଡାଟାବେସ୍‌ ସୃଷ୍ଟି କରିଛି ଯାହା ପଣ୍ଡିଚେରୀ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ବ୍ୟବହାର କରାଯାଇ ୯୯.୪ ପ୍ରତିଶ୍ରତ ମୁହଁକୁ ସଠିକ ଭାବେ ଚିହ୍ନଟ କରାଯାଇପାରୁଛି I

By amfnews

Related Post