ପେଥାଇ ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଆନ୍ଧ୍ରର ୩୫୦ଟି ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଓଡିଶାର ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନାଗିରି, କଳାହାଣ୍ଡି ଓ କୋରାପୁଟ ସମେତ ରାଜ୍ୟର ୧୬ଟି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏତଦ୍ ବ୍ୟତୀତ ଓଡିଶାର ୧୧ଟି ଜିଲ୍ଲାକୁ ଯଥା ୟେଲୋ ୱାର୍ଣ୍ଣି ଦିଆଯାଇଥିବା ବେଳେ ୪ଟି ଜିଲ୍ଲା ଯଥା ଗଜପତି, ମାଲକାନାଗିରି, ରାୟଗଡା ଏବଂ କୋରାପୁଟ ରେ ଅରେଞ୍ଜ ୱାର୍ଣ୍ଣି ଦିଆଯାଇଛି । ସରକାରଙ୍କ ଫକ୍ଷରୁ ହାଇଆର୍ଲଟ ଜାରି ରହିଛି । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋପାଳପୁରରେ ୩ ନମ୍ବର ବିପଦ ସମଙ୍କତ ଜାରି କରାଯାଇଛି ।
ସୂଚନାଯୋଗ୍ୟ, ‘ପେଥାଇ’ ସହ ମୁକାବିଲା ପାଇଁ ଗଜପତି ପ୍ରଶାସନ ପ୍ରସ୍ତୁତ ହୋଇ ଗଲାଣି । ୭ଟି ବ୍ଲକର ୧୪ ହଜାର ଲୋକଙ୍କୁ ୨୦୭ଟି କେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାସ୍ତରିତ କରାଯାଇଛି । ବର୍ଷା ପାଇଁ ସବୁଠୁ ଅଧିକ ଚିନ୍ତାରେ ଚାଷୀମାନେ ରହିଛନ୍ତି । ଖଳାରେ ଥିବା ଧାନ ଓ ଅମଳ ହୋଇନଥିବା ଧାନକୁ ନେଇ ସେମାନେ ଚିନ୍ତିତ ଚାଷୀ । ଧାନ ଓ ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡେପୁଟି ରିଲିଫ୍ କମିଶନର ।