112 Views
ନୂଆଦିଲ୍ଲୀ : ସୁଦାନର ପୂର୍ବାଞ୍ଚଳରେ ଆଦିବାସୀ ସଂପ୍ରଦାୟର ୨ଟି ଗୋଷ୍ଠୀ ମଧ୍ୟରେ ଏକ ହିଂସା କାଣ୍ଡ ଘଟିବା ଫଳରେ ୩୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ପ୍ରାୟ ୨୦୦ ଜଣ ଆହତ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଦିବାସୀ ସଂପ୍ରଦାୟର ୨ଟି ଗୋଷ୍ଠୀ ମଧ୍ୟରେ ଏହି ହିଂସାକାଣ୍ଡ ଘଟଣା ଘଟିଛି ।ତେବେ ଏହି ହିଂସାକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।
କୁହାଯାଉଛି ଯେ, ଆଦିବାସୀ ସଂପ୍ରଦାୟର ବାନୀ ଆମେର ଜାତି ଓ ନୁବା ଜାତିର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ର ହିଂସାର ରୂପ ନେଇଥିଲା ଫଳତଃ ଏଥିରେ ୩୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ଜଣ ଆହତ ହୋଇଥିବା ଜଣାଯାଇଛି।