Tue. Dec 24th, 2024

ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

By amfnews Jul 30, 2020 #Featured
170 Views

ଭୁବନେଶ୍ୱର, ଜୁଲାଇ ୩୦ : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ୩ ସପ୍ତାହ ବିତି ଯାଇଥିଲେ ମଧ୍ୟ ପ୍ରକୃତ ଘଟଣା ଜଣାପଡ଼ି ନାହିଁ । ବରଂ ଦିନକୁ ଦିନ ରହସ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜିଆରପି ତଦନ୍ତ ଶେଷ କରିଥିବା ବେଳେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା, ମା’, ଶ୍ୱଶୁର ଘର ଲୋକ, ପିପୁଲ୍ସ ଫର ସେବାର ସଦସ୍ୟ ଓ ସାଙ୍ଗାସାଥୀଙ୍କୁ ମିଶାଇ ୧୫ରୁ ଅଧିକ ଲୋକଙ୍କୁ ପଚରା ଉଚରା ସରିଛି । ସେହିଭଳି ୫୦ ପୃଷ୍ଟାରୁ ଅଧିକ ଦସ୍ତାବିଜ ମଧ୍ୟ ପ୍ରସ୍ତୁତ ହୋଇସାରିଛି ।

ସୂଚନାଯୋଗ୍ୟ, ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତଦେହ ଗତ ଜୁଲାଇ ୭ ତାରିଖ ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଉଦ୍ଧାର ହୋଇଥିଲା । ବୌଦ୍ଧ ଜିଲ୍ଲାରେ ଆଦିତ୍ୟଙ୍କର ଘର ହୋଇଥିବା ବେଳେ ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଠାରେ ଏକ ବୃଦ୍ଧାଶ୍ରମର ପରିଚାଳକ ଥିଲେ । ଏଥି ସହିତ ପିପୁଲ ଫର ସେବା ନାମକ ଏକ ସଂଗଠନ କରି ସମାଜ ସେବା କରୁଥିଲେ । ଏଥି ସହିତ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିଲେ ।

By amfnews

Related Post