125 Views
ଭୁବନେଶ୍ୱର : ଲକ୍ଡାଉନ୍ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବିଭିନ୍ନ ସହର ଓ ସଡ଼କରେ ନିଯୁକ୍ତ ପୁଲିସ୍ କର୍ମଚାରୀ କଠିନ ପରିଶ୍ରମ କରୁଛନ୍ତି। ଅବିଶ୍ରାନ୍ତ ଖଟଣି ଯୋଗୁ ସେମାନଙ୍କ ଉପରେ ମାତ୍ରାଧିକ ଚାପ ପଡୁଛି।
ସେମାନଙ୍କ ଉପରେ ଯେପରି ମାତ୍ରାଧିକ କାର୍ଯ୍ୟର ଚାପ ନ ପଡ଼େ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପୁଲିସ୍ କର୍ମଚାରୀଙ୍କୁ ଯେପରି ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ମିଳେ, ସେଥି ନିମନ୍ତେ ଜାରି ହୋଇଛି ଗାଇଡଲାଇନ। ପୁଲିସ କର୍ମଚାରୀମାନେ ଦିନକୁ ୮ ଘଣ୍ଟାରୁ ଯେପରି ଅଧିକ ସମୟ ଡ୍ୟୁଟି ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।
ପୁଲିସ୍ ଡିଜି ଅଭୟ ସମସ୍ତ ଜିଲ୍ଲାର ଏସପି ଓ ଡିସିପିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ପରେ ଏହି ଆଡଭାଇଜରି ଜାରି କରାଯାଇଛି। କିଛି ଜିଲ୍ଲାରେ ଏହି ନିୟମ କାର୍ଯ୍ୟକାରୀ ହୋଇସାରିଥିବା ମଧ୍ୟ ସୂଚନା ମିଳିଛି।