Sun. Mar 8th, 2026

ଆଠଗଡ଼ ଲେବଲ୍‌ କ୍ରସିଂ ପାଖରେ ୫ଟି ବଗି ଛାଡ଼ି ପଳାଇଲା କୋଇଲା ଟ୍ରେନ୍‌

390 Views

କଟକ: ସୋମବାର ସକାଳ ପ୍ରାୟ ୮ଟା ବେଳେ ପୁରୁଣା କଟକ- ସମ୍ବଲପୁର ରେଳପଥର ଆଠଗଡ଼ ଲେବଲ କ୍ରସିଂ ଅନ୍ତର୍ଗତ ନିଧିପୁର ଷ୍ଟେସନ ପାଖରେ କୋଇଲା ନେଇ ଯାଉଥିବା ଗୋଟାଏ ମାଲ୍‌ଗାଡ଼ିରୁ ୫ଟି ବଗି ଅଲଗା ହୋଇ ରହିଯାଇଥିଲା। ସମ୍ପୃକ୍ତ ରେଳଗାଡ଼ିର ଇଞ୍ଜିନ ମଧ୍ୟ ଯାଇ ଲେବଲକ୍ରସିଂ ଠାରେ ଅଟକିଥିଲା। ଫଳରେ ସେ ରାସ୍ତା ଦେଇ ପ୍ରାୟ ୨୦ ମିନିଟ୍‌ ଧରି ରେଳଚଳାଚଳ ବନ୍ଦ ରହିଥିଲା।

ଖବର ପାଇ ରେଳ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଲଗା ହୋଇ ରହିଯାଇଥିବା ଡବାଗୁଡ଼ିକୁ ଇଞ୍ଜିନ୍‌ରେ ସଂଯୋଗ କରିବା ପରେ ସେ ମାଲ୍‌ଗାଡ଼ିଟି ତା’ର ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲା।

By amfnews

Related Post