Sat. Mar 7th, 2026

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ : ଦଶହରାରେ ପାଗ ମେଘୁଆ ରହିବ

216 Views

ଭୁବନେଶ୍ବର  :   ଅକ୍ଟୋବର ୫ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୩ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ୪ରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ତେବେ ୬ ତାରିଖଠାରୁ ପାଗରେ ପରିବର୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୬ ତାରିଖ ବେଳକୁ ତାହା ଓଡ଼ିଶା ଉପରେ ବିସ୍ତୃତ ରହିବ। ଯାହାଦ୍ବାରା ଓଡ଼ିଶାରେ ବର୍ଷା ହେବ। ତେବେ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ୬ ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରୁ ପବନ ବୋହିବ। ଫଳରେ ବିଶେଷ ବର୍ଷା ନାହିଁ। କଳାହାଣ୍ଡି ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ୪ ତାରିଖଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ। ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼‌ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟମଧରଣର ବର୍ଷା ହେବ। ଭୁବନେଶ୍ବର ସମେତ ଉପକୂଳବର୍ତୀ ଅଞ୍ଚଳରେ ୮ ଓ ୯ ତାରିଖରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖରେ ବି ଉପକୂଳବର୍ତୀ କେତେକ ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇପାରେ। ଦଶହରା ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ ସହ ବର୍ଷା ହେବ। ୪ ତାରିଖରୁ ରାତିର ତାପମାତ୍ରା କମିବ।

ମୌସୁମୀ ପ୍ରତ୍ୟାବର୍ତନ ନେଇ ସେ କହିଛନ୍ତି ‌ଯେ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଏହାଦ୍ବାରା ବାୟୁ କ୍ଲକ୍‌ ଅନୁଯାୟୀ ବୁଲିଥାଏ। ଯେଉଁଥିପାଇଁ ପାଗ ଶୁଖିଲା ରୁହେ। ଗୁରୁଚାପ ବଳୟ ହେଉଛି ମୌସୁମୀ ପ୍ରତ୍ୟାବର୍ତନର ପ୍ରଥମ ଲକ୍ଷଣ। ତେଣୁ ଆଶା କରାଯାଉଛି ଯେ ଖୁବ୍‌ଶୀଘ୍ର ପଞ୍ଜାବ, ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତନ ଆରମ୍ଭ କରିବ। ତେବେ ଅକ୍ଟୋବର ୬ରୁ ୧୦ ପର୍ଯ୍ୟନ୍ତ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ବାୟୁ ଆଣ୍ଟି କ୍ଲକ୍‌ ୱାଇଜ୍‌ ବୁଲିଥାଏ ଓ ପାଗ ମେଘୁଆ ହୋଇଥାଏ। ଆନୁମାନ କରାଯାଉଛି ଯେ ଏହି ଲଘୁଚାପ ବଳୟ ପରେ ବି ଓଡ଼ିଶାରେ ମୌସୁମୀ କିଛି ମାତ୍ରାରେ ସକ୍ରିୟ ରହିବ। ୨୨ ବେଳକୁ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି। ସାଧାରଣ ଭାବେ ଅକ୍ଟୋବର ୧୦ରୁ ୧୫ ଭିତରେ ମୌସୁମୀ ପ୍ରତ୍ୟାବର୍ତନ କରିଥା‌ଏ। ୨୦୧୭ ଓ ୨୦୧୮ରେ ଗୋଟିଏ ଦୁଇଦିନ ବିଳମ୍ବ ହୋଇଥିଲା।

By amfnews

Related Post