Sat. Mar 7th, 2026

ଆଞ୍ଚଳିକ ଉନ୍ନତି ପ୍ରକ୍ରିୟାରେ ଅର୍ଥ ବାଧକ ସାଜିବ ନାହିଁ – ବିଧାୟକ

206 Views

ଅମୃତ ଯୋଜନାରେ ବସ୍ତି ଅଞ୍ଚଳକୁ ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ବସ୍ତି ଅଞ୍ଚଳକୁ ପାନୀୟ ଜଳ ପ୍ରକଳ୍ପର ଭୂମିପୂଜା
ରାଉରକେଲା, ୭ା୧୦: ରାଜ୍ୟର ସହରାଞ୍ଚଳର ବିଭିନ୍ନ ବସ୍ତି ଅଞ୍ଚଳରେ ବସବାସ କରି ରହୁଥିବା ଅଧିବାସୀଙ୍କ ଜୀବନ ଧାରଣ ମାନର ଉନ୍ନତି ପ୍ରତି ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ଓ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କଲ୍ୟାଣମୂଳକ ଯୋଜନା ଓ ଉନ୍ନତି ପ୍ରକ୍ରିୟାରେ ଅର୍ଥ ବାଧକ ସାଜିବ ନାହିଁ ବୋଲି ରଘୁନାଥପାଲୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ମତବ୍ୟକ୍ତ କରିଛନ୍ତି ।

ଗତବର୍ଷ ମାନଙ୍କରେ ଗ୍ରୀଷ୍ମ ଅବସରରେ ଇସ୍ପାତ ସହରାଞ୍ଚଳର ବିଭିନ୍ନ ସେକ୍ଟରରେ ରହିଥିବା ବସ୍ତି ଅଞ୍ଚଳଗୁଡିକରେ ଦେଖା ଦେଇଥିବା ଉକ୍ରଟ ପାନୀୟ ଜଳ ସଂକଟର ସ୍ଥାୟୀ ସମାଧାନ ପାଇଁ ଅମୃତ ଯୋଜନାରେ ସେକ୍ଟର-୫ ଠାରୁ ସେକ୍ଟର-୯ ପର୍ଯ୍ୟନ୍ତ ରହିଥିବା ବସ୍ତିଗୁଡିକର ଅଧିବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏକ ପ୍ରକଳ୍ପର ଭୂମିପୂଜା ଆଜି ସେକ୍ଟର-୬ ଏଚ୍ ବ୍ଲକ୍ ଦୁର୍ଗାପୂଜା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ବରିଷ୍ଠ ସଦସ୍ୟ ଗଣେଶ୍ୱର ରାୟ, ବିଜେଡିର ୟୁନିଟ୍ ସଭାପତି ବଦ୍ରିନାଥ ଦାସଙ୍କ ପରିଚାଳନା ଓ ସତ୍ୟାନନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ତରାଇ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଲେ ଯେ, ବସ୍ତି ଅଞ୍ଚଳର ଅଧିବାସୀଙ୍କୁ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ସେକ୍ଟର-୫ ଠାରୁ ୯ ପର୍ଯ୍ୟନ୍ତ ଥିବା ସମସ୍ତ ବସ୍ତିରେ ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅମୃତ ଯୋଜନାରେ ପାଇପ୍ ସଂଯୋଗୀକରଣ କାର୍ଯ୍ୟ ପାଇଁ ଭୂମିପୂଜା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଅନ୍ୟ ସେକ୍ଟରଗୁଡିକରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଆଜିଠାରୁ ଏହି ଅଞ୍ଚଳ ପାଇଁ କାର୍ଯ୍ୟାରମ୍ଭ କରିଛି ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପ୍ରକଳ୍ପ ଯେପରି ସମ୍ପୂର୍ଣ୍ଣ ହେବ ସେଥିପ୍ରତି ଉଦ୍ୟମ କରାଯିବ ବୋଲି ବିଧାୟକ ଶ୍ରୀ ତରାଇ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ନଗର ସଭାପତି ସୁଧୀର ସୁନ୍ଦରରାୟ ପ୍ରକଳ୍ପକୁ ବସ୍ତି ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାଗତ ଜଣାଇବା ସହ ଜନସାଧାରଣ ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମହିଳା ବିଜେଡି ସଭାନେତ୍ରୀ ଇନ୍ଦିରା ନାୟକ, ବେନେଡିକ୍ଟ ତିର୍କୀ, ରାମ ଚନ୍ଦ୍ର ନାୟକ, ଦିଗାମ୍ବର ମହାନ୍ତି, ସୁଜିତ ସ୍ୱାଇଁ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର ସଫଳ ରୂପାୟନ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ୟୁନିଟ୍ ସଭାପତି ବଦ୍ରିନାଥ ଦାସ, ସତ୍ୟନାରାୟଣ ସାହୁ, ପ୍ରହ୍ଲାଦ ନାୟକ, ମନୁ ସାମଲ, ବନମାଳୀ ବେହେରା, ବିକ୍ରମ ସାହୁ, ଅଶୋକ ବଳ, ମଧୁସୂଦନ ନାୟକ, ପ୍ରଭାତ ସାହୁ, କାହ୍ନୁ ମିଶ୍ର, ଟୁନା ବିଶ୍ୱାଳ, ଆଶିଷ ଜେନା, ବିଘ୍ନେଶ ସ୍ୱାଇଁ, ସନ୍ତୋଷ ପାତ୍ର, ସନ୍ତୋଷ ବେହେରା, ପ୍ରଫୁଲ୍ଲ କୁମାର ମହାନ୍ତି, ଚନ୍ଦ୍ରକାନ୍ତ ସାହୁ, ଗ୍ରାବିଏଲ୍ ବରୁଆ, ମହେନ୍ଦ୍ର କୁମ୍ଭାର, ରାମ ଚନ୍ଦ୍ର ଗୌଡ, ହରି ସାହୁ, ସଂଜୀବ ପଣ୍ଡା, ଜୟରାମ ଲଖୁଆ, ସରୋଜ ସାମଲ, ମାନସ ନାୟକ, ସୌଭାଗ୍ୟ ଦାସ, ଶଙ୍କର ବିଶ୍ୱାଳ, ସୁକାନ୍ତ ବିହାରୀ, ଅଜୟ ବାରିକ, ସଂଗ୍ରାମ ଲାଖୁଆ, ଚୈତନ୍ୟ ବଡାଇକ, ବ୍ରଜ ସୁନା, ଗୀତା ପଟ୍ଟନାୟକ, ଛବି ପାଣି, ଲବଙ୍ଗ ହରିପାଲ, ଲକ୍ଷ୍ମୀ ନାୟକ, ସବିତା ନାୟକ, ସନ୍ଧ୍ୟାରାଣି ମହାନ୍ତି, ଭାରତୀ କୁମ୍ଭାର, ଜଗବନ୍ଧୁ ଜେନା, ଦେବା ନାୟକ, ପାଣ୍ଡବ ରାଉତ, ଅମର ଜେନା, ପ୍ରଫୁଲ୍ଲ ମହାଳିକ, ରାଧାଶ୍ୟାମ ମହାପାତ୍ର, ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post