Sun. Mar 8th, 2026
207 Views

ନୟାଗଡ଼ : ଆଜି ନୟାଗଡ଼ ବନ୍ଦ । ସକାଳ ୬ଟାରୁ ସଂଧ୍ୟା  ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରୁଛି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି।ଚିନିକଳ ଶ୍ରମିକ, କର୍ମଚାରୀ ଏବଂ ଚାଷୀଙ୍କ ବକେୟା ରାଶି ଫେରାଇବା ଏବଂ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦାବିରେ ଆଜି ବନ୍ଦ ପାଳନ କରୁଛି କ୍ରିୟାନୁଷ୍ଠାନ କମିଟି ।

ଏହି ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି ଜିଲ୍ଲାର କୃଷକ,ଶ୍ରମିକ ଆଦି ଅନେକ ସଂଗଠନ। ତେବେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଥମେ ରେଳରୋକ ହୋଇଛି । ଏବଂ ସମଗ୍ର ଜିଲ୍ଲାର ସଡକପଥ, ଦୋକାନ,ବଜାର, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଆଜି ବନ୍ଦ ରହିବ। ଆନ୍ଦୋଳନକାରୀମାନେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

By amfnews

Related Post