Sat. Mar 7th, 2026
229 Views

ଭୁବନେଶ୍ୱର 2 Feb.2019: ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି।

ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟ୍‌ରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ। କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ ବିଭାଗରେ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି । ହେଲେ କେଉଁ କେଉଁ ପ୍ରସ୍ତାବ ଉପରେ ଅନୁମୋଦନ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି।

କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଯେଉଁଠି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌କୁ ଅନୁମୋଦନ ମିଳିପାରେ। ଆସନ୍ତା ୭ରେ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ। ତା’ପୂର୍ବରୁ ମନ୍ତ୍ରୀ ପରିଷଦରେ ଏହାକୁ ଅନୁମୋଦନ ମିଳିପାରେ।

ସାଧରଣ ନିର୍ବାଚନକୁ ତିନିରୁ ଚାରି ମାସ ଥିବାବେଳେ ବଜେଟ୍‌ରେ ୪୮ ହଜାର କୋଟି ଟଙ୍କା ବ୍ୟୟ ବରାଦ ହେବ ବୋଲି ଜଣାପଡ଼ିଛି।

By amfnews

Related Post