Sun. Mar 8th, 2026
163 Views

ନୂଆଦିଲ୍ଲୀ  :   ଆଜି ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ୬୪୦ ଟନ୍ ଓଜନ ବିଶିଷ୍ଟ GSLV ମାର୍କ -3 ରକେଟ୍ ‘ବାହୁବଳୀ’।

ଗତ ୧୫ ତାରିଖରେ ଏହି ମିଶନ୍‌ ହେବାର ଥିଲା। ହେଲେ ଶେଷ ମୁହୂର୍ତ୍ତରେ କ୍ରାଓଜେନିକ ଇଞ୍ଜିନରେ ତ୍ରୁଟି ଯୋଗୁ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା। ସେହି ତ୍ରୁଟିକୁ ସଜଡ଼ାଯାଇଛି। ଏଥିସହ  ଉତ୍‌କ୍ଷେପଣର ରିହର୍ସଲ ମଧ୍ୟ ତ୍ରୁଟିଶୂନ୍ୟ ଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବମ୍ କହିଛନ୍ତି। ତେଣୁ ମିଶନ୍ ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ପୂରା ପ୍ରସ୍ତୁତ ରହିଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାର ସତୀଶ ଧଓ୍ୱନ୍ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨କୁ ନେଇ ‘ବାହୁବଳୀ’ ଯାତ୍ରା ଆରମ୍ଭ କରିବ।

 

By amfnews

Related Post