Fri. Mar 6th, 2026

ଆଜି ମଧ୍ୟ ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

336 Views

ନୂଆଦିଲ୍ଲୀ, ଅକ୍ଟେ।ବର୨୬: ଗତ କିଛି ଦିନ ହେବ  ପେଟ୍ରୋଲ-ଡିଜେଲ ଦର କ୍ରମାଗତ ହ୍ରାସ ପାଇ ଚାଲିଛି। ଗୁରୁବାର ଦିନ ତେଳ ଦର ହ୍ରାସ ପାଇନଥିଲେ ମଧ୍ୟ ଶୁକ୍ରବାର ହ୍ରାସ ପାଇଛି ତେଲ ଦର। ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୨୫ ପଇସା ଓ ପେଟ୍ରୋଲ ଲିଟର ପିଛା ୭ ପଇସା ହ୍ରାସ ପାଇଛି। ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର  କ୍ରମଶଃ ୮୦.୮୫ ଟଙ୍କା ଓ ୭୪.୭୨ ଟଙ୍କା ଲିଟର ପିଛା ରହିଛି।

ଅନ୍ୟ ପଟେ ମୁମ୍ବାଇରେ ମଧ୍ୟ  ପେଟ୍ରୋଲ ଓ ଡିଜେଲ ଲିଟର ପିଛା କ୍ରମଶଃ ୨୫ ପଇସା ଓ ୮ ପଇସା ହ୍ରାସ ଘଟିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୮୬.୩୩ ଟଙ୍କା ଓ ଡିଜେଲ ଲିଟର ପିଛା ୭୮.୩୩ଟଙ୍କାରେ ବିକ୍ରି ହେଉଛି। ଏହା ପୂର୍ବରୁ ବୁଧବାର ତୈଳ ବିପଣନକାରୀ କମ୍ପାନୀ  ତୈଳ ଦର କମ କରିଥିଲେ। ମାତ୍ର ସେ ଦିନ କେବଳ ପେଟ୍ରୋଲ ଦର ହ୍ରାସ ପାଇଥିଲା। ଦିଲ୍ଲୀରେ ତେଲ କମ୍ପାନୀ ପେଟ୍ରୋଲ ଲିଟର ପିଛା ୯ ପଇସା ହ୍ରାସ କରିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଦର ୮ ପଇସା ହ୍ରାସ ଘଟିଥିଲା।

ସୂଚନାଯୋଗ୍ୟ ଗତ ସପ୍ତାହ ଗୁରୁବାରଠୁ କ୍ରମାଗତ ତେଲ ଦର ହ୍ରାସ ପାଇ ଚାଲିଛି। ଅକ୍ଟୋବର ୧୮ରୁ ଏପର୍ଯ୍ୟନ୍ତ  ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୧.୫୦ ଟଙ୍କା ହ୍ରାସ ଘଟିଥିବା ବେଳେ  ଡିଜେଲ ଦର ମଧ୍ୟ ପାଖାପାଖି ୧ ଟଙ୍କା ହ୍ରାସ ଘଟିଛି।

ଏହା ପୂର୍ବରୁ ଅକ୍ଟୋବର ୫ରେ  ମଧ୍ୟ ତେଲ ଦର ଲିଟର ପିଛା ୨.୫୦ ଟଙ୍କା ହ୍ରାସ ଘଟିଥିଲା। ସରକାର ଉତ୍ପାଦ ଶୁଳ୍କରେ ତେଲ ଲିଟର ପିଛା ୧.୫୦ ଟଙ୍କା ହ୍ରାସ କରିଥିଲେ। ଏହା ସହିତ ସାର୍ବଜନୀନ କ୍ଷେତ୍ରରର ତେଲ କମ୍ପାନୀ ଲିଟର ପିଛା ଏକ ଟଙ୍କା ହ୍ରାସ କରିଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଅପିଲ ପରେ ଅନେକ ରାଜ୍ୟ ସରକାର ତେଲ ଲିଟର ପିଛା ୨.୫୦ ଟଙ୍କା  ହ୍ରାସ କରିଥିଲେ। ଏଥିରେ ଲୋକଙ୍କୁ ବଡ଼ ଆଶ୍ଵସ୍ତି ମିଳିଥିଲା।

By amfnews

Related Post