Wed. Dec 25th, 2024

ଆଜି ମକର ସଂକ୍ରାନ୍ତି: କୋଭିଡ କଟକଣା ସହ ଗଙ୍ଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

By amfnews Jan 14, 2021 #Featured
438 Views

ନୂଆଦିଲ୍ଲୀ, ଜାନୁଆରୀ ୧୪ : ମକର ସଂକ୍ରାନ୍ତି ଅବସରରେ ଆଜି ଭୋର ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି । ଗଙ୍ଗାନଦୀର ବାରାଣସୀ ଓ ପ୍ରୟାଗରାଜ ଘାଟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ପ୍ରୟାଗରାଜରେ ମକର ସଂକ୍ରାନ୍ତି ଉତ୍ସାହର ସହିତ ପାଳନ ହୋଇଛି । ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ମେଳା ଉତ୍ତରପ୍ରଦେଶର ସଂଗମସ୍ଥଳ ପ୍ରୟାଗରାଜ ଠାରେ ଆୟୋଜନ ହୋଇଥାଏ । କିନ୍ତୁ ଚଳିତ ବର୍ଷର ପରିସ୍ଥିତ ଭିନ୍ନ । କରୋନା କଟକଣା ଯୋଗୁଁ ମେଳା ଉପରେ କଟକଣା ଲଗାଯାଇଛି । ଭାଇରସ ନବ୍ୟାପିବା ପାଇଁ ତଥା ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଗାଇଡଲାଇନ ଜାରି କରାଯାଇଛି ।  

ପ୍ରୟାଗରାଜର ୬୪୦ ହେକ୍ଟରରେ ୧୬ଟି ପ୍ରବେଶ ପଥ କରାଯାଇଛି । ଏହି ସବୁ ସ୍ଥାନ ଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସାମାଜିକ ଦୂରତାକୁ ରକ୍ଷା କରି ଶ୍ରଦ୍ଧାଳୁଙ୍କୁ ଗଙ୍ଗାନଦୀକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଏଥି ସହିତ ସମଗ୍ର ଦକ୍ଷିଣ ଭାରତ ସହ ପୂରା ଦେଶରେ କରୋନା କଟକଣାକୁ ଦୃଷ୍ଟିରେ ରଖି ମେଳା, ଯାତ୍ରା ତଥା ସାଧାରଣ ସ୍ଥାନରେ ଆୟୋଜନ ହେବାକୁ କାର୍ଯ୍ୟକ୍ରମ ବାତିଲ କରି ଦିଆଯାଇଛି । 

By amfnews

Related Post