Mon. Dec 23rd, 2024

ଆଜି ଭାରତ ବନ୍ଦ

rout.subhashree22@gmail.com' By Subhashree Rout Apr 10, 2018 #Featured
326 Views

ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ପାଇଁ ସୋସିଆଲ ମିଡ଼ିଆରେ ଡ଼ାକରା ଦିଆଯାଇଛି । ଏହି ଡ଼ାକରା ପଛରେ ନିର୍ଦ୍ଦିଷ୍ଟ କେଉଁ ସଂଗଠନ ନେତୃତ୍ୱ ନେଉଛି ତାହା ସ୍ପଷ୍ଟ ହୋଇନି । ଛୋଟ ଛୋଟ ଅନେକ ଗୋଷ୍ଠୀ ଭାରତ ବନ୍ଦକୁ ସଫଳ ପାଇଁ ସୋସିଆଲ ମିଡ଼ିଆରେ ନିବେଦନ କରିଛନ୍ତି ।

ଏପ୍ରିଲ ୨ ଭାରତ ବନ୍ଦ ଡାକରା ହିଂସାତ୍ମକ ରୂପ ଧାରଣ କରିବା ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । ଏନେଇ ଏକ ପରାମର୍ଶବଳି ଜାରୀ କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ ଜିଲ୍ଲାପାଳ ଓ ଏସପି ମାନେ ନିଜ ଅଂଚଳରେ ଆଇନ ଶୃଙ୍ଖଳା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ । ଆବଶ୍ୟକ ପଡ଼ିଲେ ୧୪୪ ଧାରା ଜାରୀ କରିବେ । ସମ୍ବେଦନଶୀଳ ଅଂଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବେ । ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଜିଲ୍ଲାପାଳ ଓ ଏସପି ମାନେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ । ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିବା ପରେ ଉତ୍ତରପ୍ରଦେଶରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ସନ୍ଧ୍ୟା ୬ଟା ଯାଏଁ ଏହା ବଳବତ୍ତର ରହିବ ।

Related Post