Tue. Dec 24th, 2024
219 Views

ନୂଆଦିଲ୍ଲୀ, ଜୁଲାଇ ୨୯  : ଫ୍ରାନ୍ସରୁ ଆସିଥିବା ୫ ରାଫେଲ ଲଢୁଆ ବିମାନ ଆଜି ଭାରତରେ ପହଂଚିବ । ପାଖାପାଖି ୭୦୦୦ କିଲୋମିଟର ଯାତ୍ରା କରିବା ପରେ ଏହି ରାଫେଲ ବିମାନଗୁଡ଼ିକ ହରିୟାଣାର ଅମ୍ବାଲାସ୍ଥିତ ଏୟାରଫୋର୍ସ ଷ୍ଟେସନ ପହଂଚିବ । ଭାରତ ଆସିବା ସମୟରେ ଆକାଶରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଏହି ଲଢୁଆ ବିମାନକୁ ନେଇ ଆସୁଥିବା ପାଇଟଲଙ୍କ ଘରେ ଉତ୍ସବର ମାହୋଲ ଦେଖାଯାଇଛି । ଏବେ ଦେଶବାସୀ ଏହି ବିମାନକୁ ଅପେକ୍ଷା କରିଛନ୍ତି । ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ମଧ୍ୟ ଲୋକଙ୍କର ଭୀକ୍ଷ ହୋଇପାରେ । ଏଥି ପାଇଁ ଏଠାରେ ୧୪୪ ଧାରା ଜାରି କରାଯାଇଛି । ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ କଟକଣା ଜାରି କରାଯାଇଛି ।

ଉତ୍ତର ପ୍ରଦେଶର ବାଲିଆରେ ଲୋକେ ଛାତି ଫୁଲାଇ ନିଜକୁ ଗର୍ବ ଅନୁଭବ କରୁଛନ୍ତି । ବାୟୁସେନାର ଯବାନ ମନୀଷ ସିଂହ ଯେତେବେଳେ ଫ୍ରାନ୍ସରୁ ରାଫେଲ ଆଣୁଥିଲେ ସେହି ସମୟରେ ଲୋକେ ଦେଖିଛନ୍ତି । ଜିଲ୍ଲାର ବକୱା ନିବାସୀ ମଦନ ସିଂହଙ୍କ ପୁଅ ମନୀଷଙ୍କ ଫଟୋ ମଙ୍ଗଳବାର ଖବରକାଗଜ ଓ ଟିଭିରେ ଦେଖି ସୋସିଆଲମିଡିଆରେ ଖୁସି ସେୟାର କରିଛନ୍ତି । ମନୀଷଙ୍କ ବନ୍ଧୁଙ୍କ ସମେତ ପରିବାର ଲୋକେ ମଧ୍ୟ ଉତ୍ସାହିତ ଦେଖାଯାଇଛନ୍ତି । ଗାଁରେ ମିଠା ବାଣ୍ଟିବା ଠାରୁ ଆରମ୍ଭ କରି ପରିବାର ଲୋକେ ଖୁସି ପାଳନ କରିଛନ୍ତି । କରୋନା କଟକଣା ସମୟରେ ମଦନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲୋକେ ତାଙ୍କ ଘରକୁ ପହଂଚିଛନ୍ତି ।

ବାୟୁସେନା ପ୍ରମୁଖ ମାର୍ଶଲ ଆର.କେ ଭଦୋରିଆ ବୁଧବାର ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ୫ ରାଫେଲ ବିମାନ ଦେଖିବେ । ଏହି ଅବସରରେ ଏୟାର ଚିଫ ମାର୍ଶଲ ବି.ଏସ. ଧନୋଓ ମଧ୍ୟ ଉପସ୍ଥିତ ରହିବେ । ମଙ୍ଗଳବାର ସେ ଏୟାରଫୋର୍ସ ଷ୍ଟେସନକୁ ଯାଇଥିଲେ ।

By amfnews

Related Post