Sat. Nov 23rd, 2024

ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ଦେବେ ରାଷ୍ଟ୍ରୀୟ ବାଲ ପୁରସ୍କାର, ଓଡିଶାରୁ ପାଇବେ ଅନ୍ୱେଷ ଶୁଭମ ପ୍ରଧାନ

By amfnews Jan 25, 2021 #Featured
273 Views

ଭୁବନେଶ୍ୱର, ଜାନୁଆରୀ ୨୫ : ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ପ୍ଲାଟଫର୍ମରେ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରୁଥିବାବେଳେ ସେହି ପୁରସ୍କାର ପାଇଁ ଭୁବନେଶ୍ବରୁ ଜଣେ ଛାତ୍ର ମନୋନୀତ ହୋଇଛନ୍ତି ।

ଏହି ପୁରସ୍କାର ତାଲିକାରେ ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନ ରହିଛନ୍ତି  । ସେ ଚନ୍ଦ୍ରଶେଖରପୁର ଡିଏଭିରେ ନବମ ଶ୍ରେଣୀର ଛାତ୍ର । ତାଙ୍କୁ ଶିକ୍ଷାକ୍ଷେତ୍ରରେ ମନୋନୀତ କରାଯାଇଛି । ଅନ୍ୱେଷ ଜଣେ ମେଧାବୀ ଛାତ୍ର । ତାଙ୍କ ବାପା ମାନସ ରଞ୍ଜନ ପ୍ରଧାନ ସମ୍ବଲପୁର ଏସବିଆଇରେ ଏଜିଏମ ଅଛନ୍ତି । ମାଆ ଝରଣା ପ୍ରଧାନ ଗୃହିଣୀ ବୋଲି ଜଣାପଡିଛି ।

ସେ ଭବିଷ୍ୟତରେ ଆଇଆଇଟିରେ ପାଠ ପଢ଼ିବା ସହିତ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ଆଜି ସେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲରେ କଥା ହେବେ ।

ସୂଚନାଯୋଗ୍ୟ, ଚଳିତବର୍ଷ ଦେଶର ୨୧ଟି ଜିଲାରୁ ୩୨ ଶିଶୁ ମନୋନୀତ ହୋଇଛନ୍ତି । ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

By amfnews

Related Post