Sat. Mar 7th, 2026

ଆଜି ବାରଣାସୀରେ ମେଗା ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ସାମିଲ ହେବେ ଏନ୍‌ଡିଏର ସବୁ ପ୍ରମୁଖ ନେତା LatestLeading By Sambad On Apr 25, 2019

327 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ମନ୍ଦିର ମାଳିନୀ ସହର ବାରାଣସୀରେ ମେଗା ରୋଡ ସୋ’ କରିବେ ବୋଲି ଜଣାଯାଇଛି। । ଆଜି ଅପରାହ୍ନରେ ନରେନ୍ଦ୍ର ମୋଦୀ ବାରାଣସୀରେ ପହଂଚିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଲଙ୍କାସ୍ଥିତ ମହାପୁରୁଷ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ରୋଡ ସୋ’ ଆରମ୍ଭ କରିବେ । ଏଠାରେ ନିର୍ମାଣ କରାଯାଇଥିବା ଫ୍ଲୋଟିଂ ପ୍ଲାଟଫର୍ମରେ ମା’ ଗଙ୍ଗାଙ୍କୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବେ । ମୋଦୀ ଗଙ୍ଗା ଆରତୀରେ ମଧ୍ୟ ସାମିଲ ହେବେ । ଏହି ସମୟରେ ଦଶାଶ୍ୱମେଧ ଘାଟ ହଜାର ହଜାର ଦୀପରେ ଉଜ୍ଜଳିତ ହେବ । ଦଶାଶ୍ୱମେଧ ଘାଟର ନିକଟରେ ଥିବା ରାଜେନ୍ଦ୍ର ପ୍ରସାଦ ଘାଟରେ ନିର୍ମିତ ମଂଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାଙ୍କୁ ଉଦବୋଧନ ଦେବେ। ।

ଏନଡିଏର ବରିଷ୍ଠ ନେତା ତଥା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଲୋକ ଜନଶକ୍ତି ପାର୍ଟି ସୁପ୍ରିମୋ ରାମବିଲାସ ପାସୱାନ, ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏଆଇଡିଏମକେ, ଆସାମ ଗଣ ପରିଷଦ, ଅପନା ଦଲ ଓ ଉତ୍ତର-ପୂର୍ବରେ ବିଜେପି ସହିତ ଜଡ଼ିତ ସମସ୍ତ ବଡ଼ ବଡ଼ ନେତା ବାରାଣାସୀରେ ରହିବେ ବୋଲି ସୂଚନା ମିଳିଛି।
ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ନିର୍ମଳା ସୀତାରମଣ, ନୀତିନ ଗଡ଼କରୀ, ପୀୟୁଷ ଗୋୟଲଙ୍କ ବ୍ୟତୀତ ହେମା ମାଳିନୀ, ଜୟାପ୍ରଦା, ମନୋଜ ତିୱାରୀ, ରବି କିଷନ ଓ ଦିନେଶ ଲାଲ ନିରହୁଆ ପ୍ରମୁଖ ବି ରୋଡ ସୋ’ରେ ଯୋଗଦେବେ ବୋଲି ଜଣାଯାଇଛି।

By amfnews

Related Post