Sat. Nov 23rd, 2024

ଆଜି ବଡଓଷା, ବିଭିନ୍ନ ଶୈବପୀଠରେ ପ୍ରବଳ ଭିଡ, ଧବଳେଶ୍ୱରରେ ଗଜଭୋଗ ଲାଗି

By amfnews Nov 21, 2018 #Featured
206 Views

କଟକ, ନଭେମ୍ବର ୨୧: ଆଜି କାର୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଅର୍ଥାତ ବଡଓଷା । ବଡଓଷା ପାଇଁ ବିଭିନ୍ନ ଶୈବପୀଠରେ ପୂଜାର୍ଚ୍ଚନା କରିବାକୁ ଶ୍ରଦ୍ଧାଳୁମାନଙ୍କର ଭିଡ ଲାଗି ରହିଛି । ମହାନଦୀ ଟାପୁରେ ଥିବା ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ବଡଓଷା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ବଡସିଂହାର ରୂପରେ ବାବା ଧବଳେଶ୍ୱର ଦର୍ଶନ ଦେଉଛନ୍ତି ।

ଏହିଦିନ  ବାବାଙ୍କ ନିକଟରେ ତାଙ୍କର  ପ୍ରିୟ ଗଜ ମଣ୍ଡା ଲାଗି କରାଯାଇଥାଏ । ଗଜମଣ୍ଡା  ପାଇଁ ପ୍ରସ୍ତୁତି ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆଜି ପୂଜାର୍ଚ୍ଚନା ପରେ ଭକ୍ତମାନେ ଏହାକୁ ପ୍ରସାଦ ଆକାରରେ ଗ୍ରହଣ କରିଥାନ୍ତି । ଏହି ସ୍ୱତନ୍ତ୍ର ଗଜ ମଣ୍ଡା ଧଳାରଂଗର ହୋଇଥିବାବେଳେ ଚୂନା ଖଳିରେ ଏହାକୁ ପ୍ରସ୍ତୁତ କରାଯାଇଥାଏ । ନଡିଆ ,ଗୁଡ ଓ ଗୁଜୁରାତିର ପୁର ଦେଇ ଏହି ପିଠାକୁ ପ୍ରସ୍ତୁତ କରାଯାଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ ଶିବଙ୍କ ଦର୍ଶନ ପାଇଁ ନାରଦ ଏକଦା କୈଳାସ ପର୍ବତରେ ପହଂଚି ଦର୍ଶନ କରିବା ପରେ ଶୈବମାନଙ୍କର ଦୁଃଖ ଦୁର୍ଦ୍ଦଶା ଜଣାଇଥିଲେ । ଦୁଃଖ ଦୁର୍ଦ୍ଦଶାରୁ ଦୂର କରିବାକୁ ଉପାୟ ବାହାର କରିବାକୁ ମହାଦେବଙ୍କୁ ନାରଦ ନିବେଦନ କରିଥିଲେ । ଏହାର ଉପାୟ ବିଷୟରେ ଅବଗତ କରି ମହାଦେବ କାର୍ତିକ ମାସରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ କହିଲେ । ତେବେ ସେହିଦିନଠାରୁ ମର୍ତ୍ୟବାସୀ ଏହି ଓଷାକୁ ନିଷ୍ଠାର ସହ ପାଳନ କରିବାର  ପରମ୍ପରା ରହିଛି ।

By amfnews

Related Post