Sat. Mar 7th, 2026

ଆଜି ବଜେଟ ଅଧିବେଶନର ପରିସମାପ୍ତି!

242 Views

ଭୁବନେଶ୍ବର : ଆସନ୍ତାକାଲି ସରିବ ବିଧାନସଭା ବଜେଟ ଅଧିବେଶନ। ଧାର୍ଯ୍ୟ ତାରିଖର ୪ ଦିନ ପୂର୍ବରୁ ବଜେଟ ଅଧିବେଶନ ସାରିବାକୁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ଆଗତ କରିଥିବା ୩ଟି ବିଲ ପାରିତ ହେବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯିବ।

ସାଧାରଣ ନିର୍ବାଚନ ପରେ ବିଧାନସଭା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି। ଗତ ଜୁନ୍ ୨୫ ତାରିଖରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିଥିଲା। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସରକାରଙ୍କ ସଫଳତା ନେଇ ଅଭିଭାଷଣ ରଖିଥିଲେ। ଜୁନ୍ ୨୮ ତାରିଖରେ ଅର୍ଥମନ୍ତ୍ରୀ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ। ଜୁଲାଇ ୧୨ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଗତ ୩୧ ତାରିଖରେ ଚଳିତ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରି ବିଲ ପାରିତ ହେବା ସହ ଆଜି ଆକସ୍ମିକ ପାଣ୍ଠି ଭରଣା ପାଇଁ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ ପାରିତ ହୋଇଛି। ଏବେ ଗୃହରେ ଆଉ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନଥିବାରୁ ୪ ଦିନ ପୂର୍ବରୁ ଗୃହକୁ ମୁଲତବୀ କରିବାକୁ ସରକାରୀ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

By amfnews

Related Post