Fri. Mar 6th, 2026

ଆଜି ପ୍ରକାଶ ପାଇବନି ଆଇପିଏଲ କାର୍ଯ୍ୟସୂଚୀ, 6 ତାରିଖରେ ହେବ ଘୋଷଣା

319 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୫ : କରୋନା ମଧ୍ୟରେ ୟୁଏଇରେ ହେବାକୁ ଥିବା ଆଇପିଏଲର କାର୍ଯ୍ୟସୂଚୀ ପାଇଁ ପ୍ରଶଂସକଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ | ଗତକାଲି ଠାରୁ କ୍ରିକେଟ୍ ପ୍ରେମୀମାନେ ଆଶା କରୁଥିଲେ ଯେ ଶୁକ୍ରବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପାଇବେ, କିନ୍ତୁ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କାର୍ଯ୍ୟସୂଚୀ ସେପ୍ଟେମ୍ବର 6 ରବିବାର ଦିନ ପ୍ରକାଶ ପାଇବ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ସେପ୍ଟେମ୍ବର 4ରେ ଟୁର୍ଣ୍ଣାମେଣ୍ଟର ସଂମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇବା ପୂର୍ବରୁ ପରିଚାଳନା ପରିଷଦ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏବାବଦରେ ବିଷୟରେ ସୂଚନା ଦେଇଛନ୍ତି।

ତେବେ ଉଦ୍‌ଘାଟନୀ ମ୍ୟାଚ୍‌ର ତାରିଖ ଏବଂ ଟୁର୍ଣ୍ଣାମେଣ୍ଟର ଫାଇନାଲ ବିସିସିଆଇ ଘୋଷଣା କରିସାରିଛି। ଆଇପିଏଲର 13 ତମ ସଂସ୍କରଣର ଟାଇଟଲ୍ ମ୍ୟାଚ୍ ନଭେମ୍ବର 10 ରୁ 19 ସେପ୍ଟେମ୍ବରରୁ ଖେଳାଯିବ ।

ପ୍ରଥମଥର ପାଇଁ ଆଇପିଏଲ୍ ମ୍ୟାଚ ରାତି 8ଟା ପରିବର୍ତ୍ତେ ସନ୍ଧ୍ୟା 7:30 ରେ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି  ।

ପୂର୍ବରୁ ବିସିସିଆଇ ଏବଂ ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ଅଗଷ୍ଟ 30ରେ ଏହି ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଯୋଜନା କରିଥିଲେ କିନ୍ତୁ ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ହଠାତ୍ 13 ଜଣ ସଦସ୍ୟଙ୍କ କରୋନା ପଜିଟିଭ ରିପୋର୍ଟ ଆସିବା ପରେ କାର୍ଯ୍ୟକ୍ରମକୁ ରିସିଡ୍ୟୁଲ କରିବାକୁ ପଡିଛି  ।

By amfnews

Related Post