Sat. Mar 7th, 2026

ଆଜି ପୁଣି ୫୭୭ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି

1205778418
236 Views

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୭୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୧୬ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଆଜି ୨୨ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ୨୬୦, ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ୱର ଜିଲ୍ଲାରୁ ୩୦, ଭଦ୍ରକ ଜିଲ୍ଲାରୁ ୨, ବୌଦ୍ଧ ଜିଲ୍ଲାରୁ ୫ , କଟକ ଜିଲ୍ଲାରୁ ୧୪, ଢେଙ୍କାନାଳ ଜିଲ୍ଲାରୁ ୪ , ଗଜପତି ଜିଲ୍ଲାରୁ ୧୭,  ଜଗତସିଂହପୁର ଜିଲ୍ଲାରୁ ୭ , ଯାଜପୁର ଜିଲ୍ଲାରୁ ୯, ଝାରସୁଗୁଡ଼ା ଜିଲ୍ଲାରୁ ୧ , କନ୍ଧମାଳ ଜିଲ୍ଲାରୁ ୧ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ , କେନ୍ଦୁଝର ଜିଲ୍ଲାରୁ ୪୮,ଖୋର୍ଦ୍ଧା ଜିଲ୍ଲାରୁ ୫୬ , କୋରାପୁଟ ଜିଲ୍ଲାରୁ ୬ , ମାଲକାନଗିରି ଜିଲ୍ଲାରୁ ୧ ମୟୁରଭଞ୍ଜ ଜିଲ୍ଲାରୁ ୧୪ , ନୟାଗଡ଼ ଜିଲ୍ଲାରୁ ୧ , ପୁରୀ ଜିଲ୍ଲାରୁ ୫ , ସମ୍ବଲପୁର ଜିଲ୍ଲାରୁ ୩ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୭୦୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୨୮ ରହିଛି।

By amfnews

Related Post