Sat. Mar 7th, 2026

ଆଜି ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ

262 Views

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୨୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

I & PR Department, Odisha

@IPR_Odisha

COVID-19 REPORT FOR 14th JUNE

New positive cases: 146
In quarantine: 128
Local contacts: 18

(Details of local contacts will be shared by concerned District Administration)

District wise cases
1. Khordha: 7
2. Nayagarh: 4
3. Jharsuguda: 1
4. Raygada: 5
5. Cuttack : 19

I & PR Department, Odisha

@IPR_Odisha

6. Jagatsinghpur: 4
7. Balasore : 8
8. Dhenkanal: 1
9. Angul: 6
10. Ganjam:8
11. Sonepur:2
12. Bhadrak:19
13. Kandhamal:48
14. Sambalpur: 1
15. Sundergarh: 4
16. Fire personnel returned from Amphan duty in West Bengal: 9

ଆଜି କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୪୮, ଖୋର୍ଦ୍ଧା ଜିଲ୍ଲାରୁ ୭, ନୟାଗଡ ଜିଲ୍ଲାରୁ ୪, ଝାରସୁଗୁଡ଼ା ଜିଲ୍ଲାରୁ ୧, ରାୟଗଡ଼ା ଜିଲ୍ଲାରୁ ୫, କଟକ ଜିଲ୍ଲାରୁ ୧୯, ଜଗତସିଂହପୁର ଜିଲ୍ଲାରୁ ୪, ବାଲେଶ୍ୱର ଜିଲ୍ଲାରୁ ୮, ଢେଙ୍କାନାଳ ଜିଲ୍ଲାରୁ ୧, ଅନୁଗୁଳ ଜିଲ୍ଲାରୁ ୬, ଗଞ୍ଜାମ ଜିଲ୍ଲାରୁ ୮, ସୁବର୍ଣ୍ଣପୁର ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ୧୯, ସମ୍ୱଲପୁର ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୨୭୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୩ ରହିଛି।ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post