Sat. Mar 7th, 2026

ଆଜି ଦେଶର 48 ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ଏନ. ଭି. ରାମଣା

328 Views

ନୂଆଦିଲ୍ଲୀ, ଏପ୍ରିଲ 24 : ଆଜି ଦେଶର  ନୂତନ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏନ. ଭି. ରାମଣା ଶପଥ ଗ୍ରହଣ କରିବେ । ଦେଶର 48ତମ ପ୍ରଧାନ ବିଚାରପତି ଭାବେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ଗ୍ରହଣ କରାଇବେ । ସେ 2022 ଅଗଷ୍ଟ 26 ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ।

ଜଷ୍ଟିସ୍ ଏନ. ଭି. ରାମଣା 2000 ମସିହା ଜୁନ୍‌ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। 201 ଫେବୃୟାରୀରେ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ। ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରରେ 1957 ଅଗଷ୍ଟ 27ରେ ଜଷ୍ଟିସ୍ ଏନ. ଭି. ରାମଣା ଜନ୍ମଗ୍ରହଣ କରିଥିଲେ । 

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ୍ ଅରବିନ୍ଦ ବୋବ୍‌ଡେଙ୍କର କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । 

ଜଷ୍ଟିସ୍ ବୋବ୍‌ଡେ 2013 ଏପ୍ରିଲ 12ରେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ସୁପ୍ରିମକୋର୍ଟର 47ତମ ପ୍ରଧାନ ବିଚାରପତି ରୂପେ ସେ 2019 ନଭେମ୍ବର 14 ରେ ଦାୟିତ୍ୱ ନେଇଥିଲେ । 14 ମାସର କାର୍ଯ୍ୟକାଳରେ ସେ କେବଳ 90 ଦିନ ହିଁ  କୋର୍ଟରୁମରେ ଶୁଣାଣି କରିପାରିଥିଲେ ଏବଂ କରୋନା କଟକଣା ଯୋଗୁଁ ତାଙ୍କର କାର୍ଯ୍ୟକାଳର ଅଧିକତର ଶୁଣାଣି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଇଥିଲା ।

By amfnews

Related Post