179 Views
ଭୁବନେଶ୍ୱର, ଫେବୃଆରୀ ୧୫ : ତେଲ ଦର ବୃଦ୍ଧି, ଚାଷୀ ଓ ବେକାରୀ ସମସ୍ୟା ନେଇ ଆଜି ଓଡ଼ିଶା ବନ୍ଦ। କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି ।
ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ଓ ବେକାରୀ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ଆଜି ସକାଳ ୭ ଟା ରୁ ଓଡ଼ିଶା ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ୧ଟା ଯାଏ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହେବ ବୋଲି କୁହାଯାଇଛି । ବିବାହ ଗାଡ଼ି, ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବା ଏହି ବନ୍ଦରୁ ବାଦ୍ ଦିଆଯିବ । ତେବେ ଶତାଧିକ କଂଗ୍ରେସ କର୍ମୀ ବିଭିନ୍ନ ସ୍ଥାନରେ ଫ୍ଲାକେଟ୍ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପିକେଟିଂ କରୁଛନ୍ତି । ଭୁବନେଶ୍ୱର ଷ୍ଟେସନରେ କଂଗ୍ରେସ କର୍ମୀ ରେଳରୋକ ମଧ୍ୟ କରିଛନ୍ତି । ଦୋକାନ ବଜାର ଓ ଗାଡ଼ି ଚଳାଚଳ ସବୁ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।