128 Views
ଜୟପୁର, ଫେବୃଆରୀ ୭ : ଆଜି କୋରାପୁଟରେ ପୋଲିସ୍ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ କରିବା ପାଇଁ ରାଜ୍ୟ ପୋଲିସ୍ ଜିଡି ଅଭୟ, ଗୁଇନ୍ଦା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାର ।ମନେ କୋରାପୁଟ ଗସ୍ତ କରିଛନ୍ତି ।
କୋଠା ଉଦଘାଟନ ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ୬ଟି ଜିଲ୍ଲା ଏପସି ମାନଙ୍କ ସହିତ ମାଓ ଦମନ ଓ ମାଓବାଦୀଙ୍କ ମୁକାବିଲା ଦିଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କୋରାପୁଟ ଡିଆଇଜିଙ୍କ ।କର୍ଯ୍ୟାଳୟରେ ଏହି ବୈଠକ ହେବାର ସୂଚନା ରହିଛି ।
ବୈଠକ ପରେ ଡିଜିପି କୋଟିଆ ଗସ୍ତ କରିପାରନ୍ତି ବୋଲି ସୂଚନା ରହିଛି । ବର୍ତମାନ ସୁଦ୍ଧା ସୁରକ୍ଷା ଦୃଷ୍ଟିରୁ ଡିଜିପି ଅଭୟଙ୍କ ସମସ୍ତ କାର୍ଯ୍ୟକ୍ରମକୁ ଗୁପ୍ତ ରଖାଯାଇଛି ।