Wed. Jan 1st, 2025

ଆଜି କୃଷକ ଦିବସ: ଦିଲ୍ଲୀ ସୀମାରେ ଚାଷୀ ସଂଘର୍ଷ ଜାରି, ସମାଜବାଦୀ ପାର୍ଟି କରିବ ପ୍ରଦର୍ଶନ

By amfnews Dec 23, 2020 #Featured
159 Views

ନୂଆଦିଲ୍ଲୀ, ଡିସେମ୍ବର ୨୩ : ଆଜି କୃଷକ ଦିବସ ଥିବା ବେଳେ ଚାଷୀମାନେ ସଂଘର୍ଷ ଜାରି ରଖିଛନ୍ତି । ଆଜି ଚାଷୀଙ୍କ ସଂଘର୍ଷ ୨୮ ଦିନରେ ଜାରି ରହିଛି । ଏପର୍ଯ୍ୟନ୍ତ କୌଣସି ସଠିକ ନିଷ୍ପତ୍ତି ହୋଇପାରି ନାହିଁ । ସରକାର ନିଜର ଜିଦରେ ଅଟଳ ଥିବା ବେଳେ ଚାଷୀମାନେ ନୂଆ କୃଷି ଆଇନକୁ ତୀବ୍ର ବିରୋଧ କରୁଛନ୍ତି । ଏହାରି ମଧ୍ୟରେ ସରକାର ପୁଣି ଥରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାରି ଉପରେ ଆଜି ବିଚାର ହେବ । 

ଉତ୍ତର ପ୍ରଦେଶର ପିଲିଭୀତ ଓ ମୁରଦାବାଦରେ ଚାଷୀଙ୍କ ଉପରେ ଲାଗିଚାର୍ଜ ହୋଇଥିବାରୁ ସିଙ୍ଘୁ ସୀମାରେ ଚାଷୀମାନେ ଅଧିକ ଅମଙ୍ଗ ହୋଇଛନ୍ତି । ଏହାକୁ ବିରୋଧ କରି ଆଜି ପୂବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିବେ ଚାଷୀ । ଚାଷୀ ସଂଗଠନ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ଆଜି କୃଷକ ଦିବସ ପାଳନ ହେଉଛି । ସମାଜବାଦୀ ପାର୍ଟି ଆଜି ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲା ସଦର ମହକୁମାରେ ଚାଷୀ ସମର୍ଥନରେ କାର୍ଯ୍ୟକ୍ରମର ଆୟୋଜନ କରିବ । କାର୍ଯ୍ୟକ୍ରମ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ କରି କହିଛନ୍ତି, ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି । ଆଜି ଏଭଳି କୃଷକ ଦିବସ ପାଳନ କରାଯାଉଛି, ଯେଉଁଠି ଚାଷୀମାନେ ଅସନ୍ତୁଷ୍ଟ ଅଛନ୍ତି । ଚାଷୀମାନେ ଅଧିକାର ପାଇଁ ରାଜରାସ୍ତାରେ ସଂଘର୍ଷ କରୁଛନ୍ତି । 

By amfnews

Related Post