Sun. Mar 8th, 2026

ଆଜି କାଳୀପୂଜା, ଗାଁ ଠାରୁ ସହର ଉତ୍ସବମୁଖର

166 Views

ଭୁବନେଶ୍ୱର, ନଭେମ୍ବର ୦୬: ଆଜି ଧର୍ମମାସ କାର୍ତିକର ଆମାବାସ୍ୟା ତିଥି । ଏହି ଦିନଟିରେ ବିଭିନ୍ନ ସ୍ଥାନରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଥାଏ । ଆଜି ମଧ୍ୟରାତ୍ରରୁ ମା କାଳୀଙ୍କ ପୂଜା ଆରମ୍ଭ ହେବ । କାଳୀପୂଜା ପାଇଁ ମନ୍ଦିରଗୁଡିକ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ମା’ଙ୍କ ଆରାଧନା ପାଇଁ ଗାଁ ଠାରୁ ସହର ଉତ୍ସବମୁଖର ହୋଇଉଠିଛି । ଏହି ପୂଜା ଘରେ ଘରେ ମଧ୍ୟ ଅନୁଷ୍ଠିତ ହେବା ନେଇ ଦେଖାଯାଇଛି ।

କଟକରେ ୭୨ଟି ପୂଜା ମଣ୍ଡପରେ କାଳୀପୂଜା ଅନୁଷ୍ଠିତ ହେବା ପାଇଁ ଆୟୋଜନ ହୋଇଥିବାବେଳେ ଭଦ୍ରକ ସହରରେ ମା ଭଦ୍ରକାଳୀଙ୍କ ପୂଜାର୍ଚ୍ଚନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।ମା ଭଦ୍ରକାଳୀ ଦେବମାତା ବେଶରେ ଦର୍ଶନ ଦେଉଛନ୍ତି ।ରାଜଧାନୀରେ ମଧ୍ୟ ବହୁ ପୂଜାମଣ୍ଡପ ତଥା ମନ୍ଦିରଗୁଡିକରେ ମା’ଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ବରମୁଣ୍ଡା କାଳୀମନ୍ଦିର ଓ ସତ୍ୟନଗରରେ ଥିବା ମା ସତ୍ୟକାଳୀରେ ବହୁ ଆଡମ୍ବର ତଥା ଜାକଜମକରେ ଏହି ପୂଜା ସମ୍ପାଦନ କରାଯାଇଥାଏ ।

ଆଜିର ଦିନରେ ଭାରତର ବିଭିନ୍ନ ସ୍ଥାନରେ ମହାଲକ୍ଷ୍ମୀଙ୍କ ପୂଜା କରାଯାଉଥିବାବେଳେ ପଶ୍ଚିମବଙ୍ଗ, ଓଡିଶା  ଓ ଆସାମରେ କାଳୀପୂଜା ଧୁମଧାମରେ ଅନୁଷ୍ଠିତ ହୋଇଥାଏ । ଆଜି ମଧ୍ୟରାତ୍ରରୁ ପୂଜାର୍ଚ୍ଚନା ଆରମ୍ଭ ହେବା ସହ କେତେକ ସ୍ଥାନରେ ମା’ଙ୍କ ନିକଟରେ ମାଛମାଂସ ମଧ୍ୟ ଲାଗି ହେବାର ପରମ୍ପରା ରହିଛି ।

By amfnews

Related Post